Advertisment

ରେଭେନ୍ସା କଲେଜ ଛାତ୍ରଛାତ୍ରୀଙ୍କ ପିକ୍‌ନିକ୍‌ ବସ୍ ଓଲଟିଲା

ମୋହନା  : ପୁଣି ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଦୁର୍ଘଟଣା ।  ପାଟପୁର ଥାନା ତପ୍ତପାଣି ଘାଟିର ହନୁମାନ ମନ୍ଦିର ନିକଟରେ ବ୍ରେକ୍ ଫେଲ୍ ହୋଇ ଏକ ପିକନିକ୍ ବସ୍ ଓଲଟି ପଡ଼ିବା ଫଳରେ ୩୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁସାରେ, କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଏମ୍‌ସିଏ ବିଭାଗର […]

author-image
Pradesh Pratyush
ରେଭେନ୍ସା କଲେଜ ଛାତ୍ରଛାତ୍ରୀଙ୍କ ପିକ୍‌ନିକ୍‌ ବସ୍ ଓଲଟିଲା

mm

ମୋହନା  : ପୁଣି ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଦୁର୍ଘଟଣା ।  ପାଟପୁର ଥାନା ତପ୍ତପାଣି ଘାଟିର ହନୁମାନ ମନ୍ଦିର ନିକଟରେ ବ୍ରେକ୍ ଫେଲ୍ ହୋଇ ଏକ ପିକନିକ୍ ବସ୍ ଓଲଟି ପଡ଼ିବା ଫଳରେ ୩୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି ।

Advertisment

ସୂଚନା ଅନୁସାରେ, କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଏମ୍‌ସିଏ ବିଭାଗର ୫୯ ଜଣ ଛାତ୍ରଛାତ୍ରୀ ପିକନିକ୍ ପାଇଁ ଗଜପତି ଯାଇଥିଲେ।  ସେଠାରେ ଗଣ୍ଡାହାତୀ ଓ ଜିରାଙ୍ଗ ଆଦି ବୁଲି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ବସ୍‌ଟି ବ୍ରେକ୍ ଫେଲ୍ ହୋଇ ଏକ ଗଛରେ ଧକ୍କା ଦେଇ ଓଲଟି ପଡ଼ିଛି ।  ଦୁର୍ଘଟଣା ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ବସ୍‌ ଭିତରୁ ଉଦ୍ଧାର କରିଥିଲା।  ଏହାପରେ ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଗାଡ଼ିରେ ଦିଗପହଣ୍ଡି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣା ପରେ ବସ୍‌ର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପାଟପୁର ଥାନା ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

Advertisment

Advertisment
Advertisment