/odishatv-khabar/media/post_attachments/uploadimage/library/16_9/16_9_0/dead-body_1625306943.jpg)
dead-body
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରୁ ମିଳିଛି ଚାଞ୍ଚଲ୍ୟକର ଖବର। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେଗା ପୋଷ୍ଟ ଅଫିସ ପଡ଼ାର ଗୋଟିଏ ଘରୁ ଜଣେ ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ନାବାଳିକା ଜଣକ ମୟାବାହଲ ଗ୍ରାମର ଏବଂ ସବଡେଗାରେ ଜଣେ ଯୁବକ ସହିତ ରହୁଥିଲା।
Advertisment
ଉଭୟେ ସ୍ୱାମୀ ସ୍ତ୍ରୀ ଭଳି ରହୁଥିବା ବେଳେ ନାବାଳିକା ଜଣକ ଚାରି ମାସର ଗର୍ଭବତୀ ଥିବା ଜଣା ପଡ଼ିଛି। କୌଣସି କଥାରେ ଉକ୍ତ ଯୁବକ ସହିତ ଝଗଡା ହେଲା ପରେ ସେ ନାବାଳିକାକୁ ହତ୍ୟା କରି ଜାଳି ଦେଇଥିବା ପୋଲିସ ସନ୍ଦେହ କରୁଛି।
ତେବେ ଏହି ଘଟଣାଟି ରବିବାର ଘଟିଥିବା କୁହାଯାଉଛି। ଯାହା ପରଠାରୁ ଯୁବକ ଜଣକ ଫେରାର ହୋଇଯାଇଛି। ତେବେ ଘଟଣାର ପରଦିନ ଅର୍ଥାତ୍ ସୋମବାର ରାତିରେ ପୋଲିସ ଏହାର ସୂଚନା ପାଇ ମୃତ ଦେହକୁ ଉଦ୍ଧାର କରିବା ସହ ନାବାଳିକାର ବାପାଙ୍କ ଏତଲାକୁ ଆଧାର କରି ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)