Advertisment

ତନ୍ତ୍ର ସାଧନା ପାଇଁ ଭଉଣୀକୁ ବଳି ଦେଇଥିଲା ଭାଇ

ବଲାଙ୍ଗିର : କୁହାଯାଏ, ଭାଇଟିଏ ଭଉଣୀର ସୁରକ୍ଷା କବଚ । ସେଥିପାଇଁ ତ ଓଷା, ଉପାସନା କରି ଭାଇର ସୁରକ୍ଷା ଲୋଡ଼େ ଭଉଣୀଟିଏ । କିନ୍ତୁ ବଲାଙ୍ଗିର ସିନ୍ଧେକେଲାରେ ଭାଇଟିଏ ନିଜ ଭଉଣୀ ରକ୍ତରେ ଖେଳିଛି ହୋଲି । ଅନ୍ଧବିଶ୍ୱାସର ଜାଲରେ ପଡ଼ି ଭଉଣୀକୁ ଦେଇଛି ବଳି।  ଗତ ମହାଷ୍ଟମୀରେ ମାମୁଁ ପୁଅ ଭାଇକୁ ବଳି ଦେଇଥିବା ଭାଇ, ତନ୍ତ୍ରମନ୍ତ୍ର ଦ୍ୱାରା ନିଜ ସ୍ୱାର୍ଥସାଧନ ଅନ୍ଧବିଶ୍ୱାସକୁ ନେଇ ନିଜ ଭଉଣୀକୁ ଏଥର ବଳି ଦେଇଛି ।  ଯାହାର […]

author-image
Pradesh Pratyush
ତନ୍ତ୍ର ସାଧନା ପାଇଁ ଭଉଣୀକୁ ବଳି ଦେଇଥିଲା ଭାଇ

sister

ବଲାଙ୍ଗିର : କୁହାଯାଏ, ଭାଇଟିଏ ଭଉଣୀର ସୁରକ୍ଷା କବଚ । ସେଥିପାଇଁ ତ ଓଷା, ଉପାସନା କରି ଭାଇର ସୁରକ୍ଷା ଲୋଡ଼େ ଭଉଣୀଟିଏ । କିନ୍ତୁ ବଲାଙ୍ଗିର ସିନ୍ଧେକେଲାରେ ଭାଇଟିଏ ନିଜ ଭଉଣୀ ରକ୍ତରେ ଖେଳିଛି ହୋଲି । ଅନ୍ଧବିଶ୍ୱାସର ଜାଲରେ ପଡ଼ି ଭଉଣୀକୁ ଦେଇଛି ବଳି।  ଗତ ମହାଷ୍ଟମୀରେ ମାମୁଁ ପୁଅ ଭାଇକୁ ବଳି ଦେଇଥିବା ଭାଇ, ତନ୍ତ୍ରମନ୍ତ୍ର ଦ୍ୱାରା ନିଜ ସ୍ୱାର୍ଥସାଧନ ଅନ୍ଧବିଶ୍ୱାସକୁ ନେଇ ନିଜ ଭଉଣୀକୁ ଏଥର ବଳି ଦେଇଛି ।  ଯାହାର ଖୁଲାସା ହେବା ପରେ ଏହି ସିରିୟଲ୍ କିଲର୍ ଭାଇକୁ ଗିରଫ କରିଛି ପୁଲିସ।

Advertisment

କେଡେ ଶାନ୍ତ ଆଉ ସରଳ ଟିକି ଝିଅଟିଏ। ଭାଇର ସୁରକ୍ଷା ପାଇଁ ୟେ ବି ଓଷା କରିଥିବ ଭାଇ ଜୀଉଁନ୍ତିଆରେ। ନିର୍ଜଳା ଉପବାସ କରିଥିବ ମହାଷ୍ଟମୀରେ। ଆଉ ଭାଇର ହାତମୁଠାକୁ ଟାଣ କରିବାକୁ ମାଦୁର୍ଗାଙ୍କୁ କରିଥିବ ପ୍ରାର୍ଥନା। ହେଲେ ସେହି ଭାଇର ହାତ କିନ୍ତୁ ହତ୍ୟା କରିଛି ଭଉଣୀକୁ । ଯାହାର ନାଁ ଶୋଭାବନ ରଣା। ଘର ବଲାଙ୍ଗିର ଜିଲ୍ଲା ସାଲେବରଟ ଗାଁ। ସେଦିନ ଥିଲା ଡିସେମ୍ବର ୨୪ ତାରିଖ। ଅମାବାସ୍ୟା ତିଥି। ସେହି ମଉକାରେ ଭଉଣୀକୁ ଡାକି ନେଇଥିଲା ଗାଁ ପାଖ ଗୁଜିଚକା ପାହାଡ଼ ପାଖକୁ । ସେଠାରେ ପୂଜାପାଠ କରି ମୁଣ୍ଡକାଟି ଭଉଣୀକୁ ବଳି ଦେଇଥିବା ଅଭିଯୋଗ ହୋଇଛି । ପାରିପାର୍ଶ୍ୱିକ ସ୍ଥିତିରୁ ସେଇୟା ବି ଆଶଙ୍କା କରାଯାଉଛି। ସେପଟେ ଏଭଳି ପୁଅକୁ କଠୋର ଦଣ୍ଡ ଦରକାର ବୋଲି କହିଛନ୍ତି ବାପା।

ମାନସିକ ପୂରଣ ପାଇଁ ମଣିଷ ବଳି ଦେବା ଶୋଭାବନ ପାଇଁ ଏହା ପ୍ରଥମ ଘଟଣା ନୁହେଁ। ଗତ ଅକ୍ଟୋବର ୧୩ରେ ସିନ୍ଧେକେଲାର ନିଜ ମାମୁ ପୁଅ ଭାଇକୁ ବଳି ଦେଇଥିବା ଅଭିଯୋଗରେ ବନ୍ଧା ହୋଇଥିଲା ଶୋଭାବନ। ତା’ସହ ସହ ତାଗୁରୁ କୁଞ୍ଜ ରଣା ବି ଗିରଫ ହୋଇଥିଲା। କିନ୍ତୁ ଜାମିନରେ ଆସିବା ପରେ ପୁଣି ଆରମ୍ଭ ହୋଇଥିଲା ତନ୍ତ୍ରମନ୍ତ୍ରର କୁଛ୍ର ସାଧନା। ଗଲା ଅମାବାସ୍ୟା ସୂର୍ଯ୍ୟ ପରାଗରେ ନିଜ ଭଉଣୀ ଜନନୀକୁ ସମାନ ଢଙ୍ଗରେ ବଳି ଚଢ଼ାଇ ଦେଇଥିଲା ପାହାଡ଼ ପାଖରେ। ୨ ଦିନ ଧରି ଜନନୀର କୌଣସି ପତ୍ତା ନମିଳିବାରୁ ଶୋଭାବନକୁ ସନ୍ଦେହ କରି ଗିରଫ ଦାବିରେ ଥାନା ଘେରାଉ କରିଥିଲେ ଗାଁ ଲୋକେ। ଶେଷରେ ପୁଲିସ ତାକୁ ଧରିବା ପରେ ସବୁ ସତ ମାନିଯାଇଥିଲା ଶୋଭାବନ। ତା’ର ବୟାନ ଆଧାରରେ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ଉଦ୍ଧାର କରିଥିଲେ ଜନନୀର ଗଳିତ ମୃତଦେହ ।

Advertisment

ଏଭଳି ବୀଭତ୍ସ କାଣ୍ଡ ପଛରେ କେବଳ ଶୋଭାବନ ନା ତାର ତାନ୍ତ୍ରିକ ଗୁରୁ କୁଞ୍ଜବନ ବି ସାମିଲ ଅଛି? ସେନେଇ ଖୋଳତାଡ଼ ଜାରି ରହିଥିବାରୁ କୌଣସି ମନ୍ତବ୍ୟ ଦେବାକୁ ମନା କରିଛି ପୁଲିସ।

Advertisment
Advertisment