/odishatv-khabar/media/post_attachments/uploadimage/library/16_9/16_9_0/ranpur-1_1626694170.jpg)
ranpur
ନୟାଗଡ଼: ଆମ ପରିବାର ସଦସ୍ୟଙ୍କୁ ଫେରାଇ ଆଣ, ନ ହେଲେ ସାମୁହିକ ଆତ୍ମହତ୍ୟା କରିବୁ । ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଏଭଳି ଚରମ ପତ୍ର ଲେଖିଛନ୍ତି ରଣପୁର ବ୍ଲକ ଦାମୋଦରପୁର ଗାଁର ୧୮ଟି ପରିବାର।
Advertisment
ଲକ୍ଡାଉନ ଯୋଗୁଁ କେରଳରେ ଦେଢ଼ ମାସ ହେବ ଫସି ରହିଛନ୍ତି ଦାମୋଦରପୁର ଗାଁର ୧୮ ଜଣ ଶ୍ରମିକ । ଏବେ ସେମାନଙ୍କ ପାଖରେ ନା କାମ ଧନ୍ଦା ଅଛି ନା ଟଙ୍କା । ଏମିତି କି ଶ୍ରମିକମାନେ ଖାଇବାକୁ ପାଉନଥିବା ଅଭିଯୋଗ କରିଛନ୍ତି।
ଓଡ଼ିଶା ଫେରିବାକୁ କେରଳର ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ପ୍ରବାସୀ ଶ୍ରମିକ। ହେଲେ ସେଠାକାର ପ୍ରଶାସନ କୌଣସି ସହାୟତା କରୁନଥିବା ଶ୍ରମିକମାନେ କହିଛନ୍ତି। ଏ ନେଇ ଶ୍ରମିକମାନଙ୍କ ପରିବାର ସଦସ୍ୟ ନୟାଗଡ଼ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ସହାୟତା ନ କଲେ ସାମୁହିକ ଆତ୍ମହତ୍ୟା କରିବୁ ବୋଲି ୧୮ଟି ପରିବାର ସଦସ୍ୟ ପତ୍ର ଲେଖିଛନ୍ତି । ତେବେ ଏନେଇ ଜିଲ୍ଲା ପ୍ରଶାସନ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)