/odishatv-khabar/media/post_attachments/uploadimage/library/16_9/16_9_0/mother_1625308248.jpg)
mother
ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ତା'ର କାୟା ବିସ୍ତାର କରିବାରେ ଲାଗିଛି। ବିଶେଷକରି ବୟସ୍କ ଲୋକମାନଙ୍କ ପାଇଁ ଏହି ମହାମାରୀ ବହୁତ ମାରାତ୍ମକ ବୋଲି କୁହାଯାଉଛି। ତେବେ ଛୋଟ ପିଲାମାନଙ୍କ ପାଇଁ କରୋନା ସଂକ୍ରମଣ ମାରାତ୍ମକ କି ନୁହେଁ, ସେ ନେଇ ବିଶିଷ୍ଟ ଶିଶୁ ବିଶେଷଜ୍ଞ ଅରବିନ୍ଦ ମହାନ୍ତି ଭଲ ଖବର ଶୁଣାଇଛନ୍ତି।
କରୋନା ଆକ୍ରାନ୍ତ ଶିଶୁଙ୍କ ଯତ୍ନ ସଂପର୍କରେ ବିଶେଷଜ୍ଞ ଅରବିନ୍ଦ ମହାନ୍ତି କହିଛନ୍ତି, 'ଶିଶୁଙ୍କୁ କରୋନା ବେଶୀ ସଂକ୍ରମଣ ହେବନି। କାରଣ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ। ଯଦି କୌଣସି ଶିଶୁ କରୋନାରେ ସଂକ୍ରମିତ ହୋଇଥାଆନ୍ତି, ତାହାହେଲେ ସେମାନଙ୍କ ସହ ରହିଲା ବେଳେ ଅଧିକ ସାବଧାନତା ଜରୁରୀ।
ଦୂରେଇ ଦୂରେଇ ରହି ସେମାନଙ୍କ ଯତ୍ନ ନିଆଯାଇପାରିବ। ତେବେ ବଡ଼ କଥା ହେଉଛି କରୋନା ଆକ୍ରାନ୍ତ ଶିଶୁଙ୍କୁ ମାଆ ସ୍ତନ୍ୟପାନ କରାଇପାରିବେ। ମାସ୍କ ପିନ୍ଧି ସାବଧାନତାର ସହ ଶିଶୁକୁ ସ୍ତନ୍ୟପାନ କରାଇବେ। ସ୍ତନ୍ୟପାନ ଦ୍ୱାରା ଶିଶୁ ଶୀଘ୍ର କରୋନାରୁ ଆରୋଗ୍ୟ ହୋଇପାରିବ।
ଯେ କୌଣସି ଟିକା ନେଲେ ଶିଶୁ ଦେହରେ ଆଣ୍ଟିବଡ଼ି ତିଆରି ହୋଇଥାଏ। ଯେ କୌଣସି ଟିକା ନେଲେ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଟିକା ନେଇନଥିବା ଶିଶୁର ଆଦୌ ରୋଗ ପ୍ରତିରୋଧକ ଶକ୍ତି ନଥାଏ। ଟିକା ନେଇନଥିବା ଶିଶୁଙ୍କୁ ଶୀଘ୍ର କରୋନା ଆକ୍ରାନ୍ତ କରିପାରେ।'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)