/odishatv-khabar/media/post_attachments/uploadimage/library/16_9/16_9_0/girl-friend-killing_1626688947.jpg)
girl friend killing
ବଲାଙ୍ଗିର : ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ । ମନ୍ଦିରରେ ବିବାହ କରିବାକୁ ଡାକି ଜଙ୍ଗଲକୁ ନେଇ ଛୁରୀରେ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ।
ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ଭୀମ ଭୋଇ ମେଡିକାଲ ଓ ପରେ ! ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତ ଦେଢ ବର୍ଷ ତଳେ ଯୁବତୀଙ୍କୁ ଘରୁ ନେଇ ଫେରାର ହୋଇଯାଇଥିଲା ସ୍ଥାନୀୟ ତେନ୍ତୁଲିଖୁଣ୍ଟି ଗାଁର ଛବିଲ ଭୋଇ । ଉଭୟ ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଗାଁରେ ବିବାହ କରିବାକୁ କହି ଗତ ୧ ତାରିଖରେ ନିଜ ଗାଁ ତେନ୍ତୁଲିଖୁଣ୍ଟିକୁ ପ୍ରେମିକାକୁ ଆଣିଥିଲା ଛବିଲ ।
ଗତକାଲି ସନ୍ଧ୍ୟାରେ ମନ୍ଦିରରେ ବିବାହ କରିବାକୁ ଡାକି ନେଇ ସିକେରପାଟ ଜଙ୍ଗଲକୁ ନେଇ ଛୁରୀରେ ତଣ୍ଟି କାଟି ଦେଇଥିଲା । ପ୍ରେମିକାର ମୃତ୍ୟୁ ହୋଇଥିବା ଭାବି ପ୍ରେମିକ ଛବିଲ ଜଂଗଲରୁ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କ ନିକଟ ଧନପୁର ଗାଁକୁ ଯାଇ ଲୋକଙ୍କୁ ସମସ୍ତ କଥା କହିଥିଲେ । ପୁଲିସକୁ ଖବର ପରେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ଅଧିକ ତଦନ୍ତ କରୁଛି ପୁଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)