Advertisment

କଂଗ୍ରେସର ଦଳିତ ସମ୍ମାନ ସମାବେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଦଳିତ ସମ୍ମାନ ସମାବେଶ ଅନୁଷ୍ଠିତ ହୋଇଛି। କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସମାବେଶରେ ଗୁଜରାଟର ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେୱାନି ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। କୁନ୍ଦୁଲି ଘଟଣାରେ ରାଜ୍ୟ ସରକାର ଚୁପ୍ ବସିଥିବା ବେଳେ ଚିଟ୍‌ଫଣ୍ଡରେ ଫସି ଗରିବ ଲୋକ ଟଙ୍କା ଫେରି ପାଇନଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ରାଫେଲ୍‌ ଦୁର୍ନୀତି ନେଇ ରାଜ୍ୟ ସରକାର ପ୍ରଶ୍ନ କରୁ ନଥିବାରୁ ଉଭୟ […]

author-image
Rosalin Rath
କଂଗ୍ରେସର ଦଳିତ ସମ୍ମାନ ସମାବେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌

dalit samman samavesh

ଭୁବନେଶ୍ୱର: ଭୁବନେଶ୍ୱରରେ ଦଳିତ ସମ୍ମାନ ସମାବେଶ ଅନୁଷ୍ଠିତ ହୋଇଛି। କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସମାବେଶରେ ଗୁଜରାଟର ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେୱାନି ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

Advertisment

କୁନ୍ଦୁଲି ଘଟଣାରେ ରାଜ୍ୟ ସରକାର ଚୁପ୍ ବସିଥିବା ବେଳେ ଚିଟ୍‌ଫଣ୍ଡରେ ଫସି ଗରିବ ଲୋକ ଟଙ୍କା ଫେରି ପାଇନଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ରାଫେଲ୍‌ ଦୁର୍ନୀତି ନେଇ ରାଜ୍ୟ ସରକାର ପ୍ରଶ୍ନ କରୁ ନଥିବାରୁ ଉଭୟ କେନ୍ଦ୍ର-ରାଜ୍ୟ ମଧ୍ୟରେ ଭିତିରି ସଂପର୍କ ରହିଥିବା ଜିଗ୍ନେଶ କହିଛନ୍ତି।

ଏହି ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ , ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବରଗଡ଼ ବୋରିଗୁମ୍ମାରୁ ଆସିଥିବା ବିଜେପି ଏବଂ ବିଜେଡି ଦଳର ଦଳିତ କର୍ମୀ  କଂଗ୍ରେସରେ ସାମିଲ ହୋଇଥିଲେ।

Advertisment

ଅନ୍ୟପଟେ ଜିଗ୍ନେଶଙ୍କ ଅଭିଯୋଗ ନେଇ ବିଜେଡି କି ବିଜେପିର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
Advertisment