/odishatv-khabar/media/post_attachments/uploadimage/library/16_9/16_9_0/cuttack_1626685645.jpg)
cuttack
କଟକ : ଦୀର୍ଘ ଦିନରେ ନୀରବତା ପରେ କଟକରେ ଫୁଟିଛି ବୋମା। ମାତ୍ର ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ। ଜମିବାଡ଼ି ବିବାଦରୁ ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି।
Advertisment
ଓଡ଼ିଆ ବଜାରରେ ରହୁଥିବା ସେକ୍ ବାବୁଙ୍କ ଘର ଉପରକୁ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ୨ଟି ବୋମା ଫିଙ୍ଗି ଥିଲେ। ସୌଭାଗ୍ୟରୁ ଗୋଟିଏ ବୋମା ନାଳରେ ପଡ଼ିଥିବା ବେଳେ ଅନ୍ୟଟି ତାଙ୍କ ବାରଣ୍ଡାରେ ପଡ଼ିଥିଲା। ମାତ୍ର ଏଥିରେ କିଛି କ୍ଷୟକ୍ଷତି ଘଟିନାହିଁ।
ଖବର ପାଇଁ ଦରଘାବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ। ବୋମା ମାଡ଼ର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଜମିବାଡ଼ି ବିବାଦକୁ ନେଇ ହୋଇଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ଓଡ଼ିଆ ବଜାରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)