/odishatv-khabar/media/post_attachments/uploadimage/library/16_9/16_9_0/bomb_1626416331.jpg)
bomb
କେନ୍ଦୁଝର : ବିଲରେ ବୋମା ବିସ୍ଫୋରଣ ଘଟି ଦୁଇ ଭାଇ ଗୁରୁତର। କେନ୍ଦୁଝର ସଦର ରେଞ୍ଜ ବିନିଦା ଗାଁରେ ଘଟିଛି ଏହି ଘଟଣା। ଗୁରୁତର ଦୁଇ ଭାଇଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅାଜି ହାତୀ ଘଉଡାଇବା ଲାଗି ଦୁଇ ଭାଇ ମୁକୁନ୍ଦ ଜୁଅାଙ୍ଗ ଓ କେଦାର ତାଙ୍କ ଦୁଧିଅାନାଳି ଜମିକୁ ଯାଇଥିଲେ।
Advertisment
ହେଲେ ସେଠାରେ ପୂର୍ବରୁ ଖଞ୍ଜା ଯାଇଥିବା ବୋମା ଉପରେ ଗୋଡ଼ ପଡିଥିବାରୁ ବିସ୍ଫୋରଣ ଘଟିଥିଲା। ଏଥିରେ କେଦାରଙ୍କ ଗୋଡ଼ କଟି ଯାଇଥିବା ବେଳେ ମୁକୁନ୍ଦଙ୍କ ମୁଣ୍ଡ ଓ ଗୋଡ଼ରେ ଅାଘାତ ଲାଗିଛି। ତେବେ ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।
ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ତେଣୁ ହାତୀ ଘଉଡାଇବା ଲାଗି ବୋମା ଖଞ୍ଜା ଯାଇଥିବା ସନ୍ଦେହ କରାଯାଉଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)