Advertisment

ରୋଚକ ସ୍ଥିତିରେ ବଲାଙ୍ଗିର ରାଜନୀତି

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ରୋଚକ ସ୍ଥିତିରେ ବଲାଙ୍ଗିର ରାଜନୀତି। ବର୍ତ୍ତମାନ ସୁଦ୍ଧା ବିଜେଡି ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀର ଟିକେଟ୍ ଘୋଷଣା କରି ନଥିବାବେଳେ, କିଏ ଏଠାରୁ ଟିକେଟ୍‌ ପାଇବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ଟିକେଟ୍ କଟିବା ପରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଜିଲ୍ଲା ବିଜେଡି ସଭାପତି ତଥା କଳିକେଶ ସିଂଦେଓଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି। ସେହିପରି ପାଟଣାଗଡ଼ରେ ମଧ୍ୟ ଆଶାୟୀ ଆଦିବାସୀ ନେତାଙ୍କୁ ଟିକେଟ୍ ନ […]

author-image
Jyotsnamayee Pradhan
ରୋଚକ ସ୍ଥିତିରେ ବଲାଙ୍ଗିର ରାଜନୀତି

balangir

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ରୋଚକ ସ୍ଥିତିରେ ବଲାଙ୍ଗିର ରାଜନୀତି। ବର୍ତ୍ତମାନ ସୁଦ୍ଧା ବିଜେଡି ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀର ଟିକେଟ୍ ଘୋଷଣା କରି ନଥିବାବେଳେ, କିଏ ଏଠାରୁ ଟିକେଟ୍‌ ପାଇବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ଟିକେଟ୍ କଟିବା ପରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଜିଲ୍ଲା ବିଜେଡି ସଭାପତି ତଥା କଳିକେଶ ସିଂଦେଓଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି।

ସେହିପରି ପାଟଣାଗଡ଼ରେ ମଧ୍ୟ ଆଶାୟୀ ଆଦିବାସୀ ନେତାଙ୍କୁ ଟିକେଟ୍ ନ ମିଳିବାରୁ ଅସନ୍ତୋଷ ଦେଖାଦେଇଛି। ଲୋଇସିଂହାରେ ମଧ୍ୟ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇ ନାହିଁ।

Advertisment

କଂଗ୍ରେସର କଳି ବି କମ୍‌ ନାହିଁ। ଟିକେଟ୍ ଘୋଷଣା ହେବା ଆଗରୁ ରାଜରାସ୍ତାରେ କଂଗ୍ରେସ କର୍ମୀ। ଟିଟିଲାଗଡ଼ରେ ସୁରେନ୍ଦ୍ର ସିଂ ଭୋଇଙ୍କୁ ଟିକେଟ୍ ଦେବାକୁ ଦାବି କରି ତାଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି।

Advertisment
Advertisment