Advertisment

ବନ୍ଧକ ରଖିଥିବା ଯୁବକକୁ କାବୁ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର: ବନ୍ଧକ ରଖିଥିବା ଯୁବକକୁ କାବୁ କଲା ବଲାଙ୍ଗିର ପୋଲିସ। ଘର ଭିତରେ ପଶି ଯୁବକକୁ କାବୁ କରାଗଲା। ୫ ଘଣ୍ଟାର ଅପରେସନ ପରେ ଯୁବକ କାବୁ ହେଲା। ଯୁବକକୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ଏସ୍‌ପି ସୂଚନା ଦେଇଛନ୍ତି। କାବୁ…

author-image
Chandan Shishu
ଅଦ୍ୟତନ ହୋଇଛି
ବନ୍ଧକ ରଖିଥିବା ଯୁବକକୁ କାବୁ କଲା ବଲାଙ୍ଗିର ପୋଲିସ

extra-1

ବଲାଙ୍ଗିର: ବନ୍ଧକ ରଖିଥିବା ଯୁବକକୁ କାବୁ କଲା ବଲାଙ୍ଗିର ପୋଲିସ। ଘର ଭିତରେ ପଶି ଯୁବକକୁ କାବୁ କରାଗଲା। ୫ ଘଣ୍ଟାର ଅପରେସନ ପରେ ଯୁବକ କାବୁ ହେଲା। ଯୁବକକୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ଏସ୍‌ପି ସୂଚନା ଦେଇଛନ୍ତି। କାବୁ କଲା ବେଳେ ଦୁର୍ବୃତ୍ତ ବିକ୍ରମ ଫାୟାରିଂ କରିଥିବା ସୂଚନା ମିଳିଛି। ବିକ୍ରମ ୨/୩ ରାଉଣ୍ଡ ଫାୟାରିଂ କରିଥିବା ଏସ୍‌ପି କହିଛନ୍ତି। ଯୁବକକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଏସ୍‌ପି କହିଛନ୍ତି।

Advertisment

ବଲାଙ୍ଗିର ଟାଉନ ଥାନା ଅଞ୍ଚଳରେ ଜଣେ ଯୁବକ ଶାନ୍ତିପଡ଼ାରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଆତଙ୍କ ଚଳାଇଥିଲା। ଯୁବକ ହାତରେ ବନ୍ଧୁକ ଧରିଥିବାରୁ ଘଟଣାସ୍ଥଳରେ ଆତଙ୍କ ଚଳାଇଛି। ପ୍ରଥମେ ଘର ମାଲିକ ଓ ପରିବାରକୁ ବନ୍ଧକ ରଖିଥିଲା ବନ୍ଧୁକଧାରୀ। ନିଜ ଛାତିରେ ବନ୍ଧୁକ ଲଗାଇ କେହି ଆସିଲେ ନିଜକୁ ମାରିଦେବ କହିଥିଲା। ଘଟଣାସ୍ଥଳରେ SDPO, ଥାନା ଅଧତ୍କାରୀ, ଅଗ୍ନିଶମ ବାହିନୀ ପହଞ୍ଚି ବନ୍ଧକ ଓ ଯୁବକକୁ କାବୁ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ପ୍ରଥମେ ୩ ବନ୍ଧକକୁ ଉଦ୍ଧାର କରିବା ପରେ ଯୁବକଙ୍କୁ କାବୁ କରିଥିଲା ପୋଲିସ୍।

ଘର ଭିତରୁ ଉଦ୍ଧାର ପରେ ଘଟଣା ସଂପର୍କରେ ବନ୍ଧକ ତଥା ଘରର ମୁଖ୍ୟ ଦିବ୍ୟଲୋଚନ ହୋତା କହିଲେ ଲୋମହର୍ଷକ କାହାଣୀ। ସେ କହିଛନ୍ତି ଯେ ସକାଳେ ପୂଜା କରୁଥିଲି, ଉକ୍ତ ଯୁବକ ଘର ଭିତରକୁ ପଶି ଆସିଲା। ମୁଁ ତାଙ୍କୁ ଏସି କି ଲାଇନ୍ ମରାମତି ବାଲା ବୋଲି ଭାବିଲି। ହଠାତ ସେ ପିସ୍ତଲ ବାହାର କରି ଭାଣିଜୀ କୁଆଡ଼େ ଗଲା ବୋଲି ପଚାରିଥିଲା। ଭାଣିଜୀ କୁଆଡ଼େ ଗଲା ଡାକ୍ ବୋଲି କହିଥିଲା। ନହେଲେ ମାରିଦେବି ବୋଲି ଉକ୍ତ ଯୁବକ କହିଥିଲା। ତା ପରେ ସେ ମୋ ପୁଅକୁ ପିସ୍ତଲ ଦେଖାଇ ମାରିଦେବ ବୋଲି କହିଥିଲା। ଆମେ ସମସ୍ତେ ଗୋଟିଏ ଘରେ ପଶି ଭିତରୁ କବାଟ ଦେଇଦେଲୁ। ମୁଁ ଚିହ୍ନିନି ସେ କିଏ, ମୋତେ ଆତଙ୍କବାଦୀ ଭଳି ଲାଗିଲା ବୋଲି ଦିବ୍ୟ କହିଛନ୍ତି।

Advertisment
Advertisment
Advertisment