Advertisment

ପୁଣି ଚିଲିକା ମଝିରେ ବୁଡ଼ିଲା ଡଙ୍ଗା ! ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ବାଲୁଗାଁ(ଶକ୍ତିପ୍ରସାଦ ମହାପାତ୍ର) : ପୁଣି ଚିଲିକା ମଝିରେ ବୁଡ଼ିଲା ଡଙ୍ଗା। ୬ ଜଣଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ କାଳିଜାଈରୁ ଫେରୁଥିବା ବେଳେ ଚିଲିକା ମଝିରେ ଡଙ୍ଗା ବୁଡ଼ିଯାଇଥିଲା। ପଛରେ ଆସୁଥିବା ଡଙ୍ଗା ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଅଭିଯୋଗରୁ ପ୍ରକାଶ, ଆଙ୍କୁଳାର ବାସନ୍ତୀ ଭୁଜବଳ ପୁଅର ଚୁଟି ପକାଇବା ପାଇଁ କାଳିଜାଈ ପୀଠକୁ ଯାଇଥିଲେ। ସେଠାରେ ସେ ଏକ ଭୋଜି ଆୟୋଜନ କରିଥିଲେ। ସେଥିରେ ଯୋଗଦେବା ପାଇଁ ୩୫ ଜଣ […]

author-image
Pradesh Pratyush
ପୁଣି ଚିଲିକା ମଝିରେ ବୁଡ଼ିଲା ଡଙ୍ଗା ! ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

CHILIKA-1

ବାଲୁଗାଁ(ଶକ୍ତିପ୍ରସାଦ ମହାପାତ୍ର) : ପୁଣି ଚିଲିକା ମଝିରେ ବୁଡ଼ିଲା ଡଙ୍ଗା। ୬ ଜଣଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ କାଳିଜାଈରୁ ଫେରୁଥିବା ବେଳେ ଚିଲିକା ମଝିରେ ଡଙ୍ଗା ବୁଡ଼ିଯାଇଥିଲା। ପଛରେ ଆସୁଥିବା ଡଙ୍ଗା ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି।

Advertisment

ଅଭିଯୋଗରୁ ପ୍ରକାଶ, ଆଙ୍କୁଳାର ବାସନ୍ତୀ ଭୁଜବଳ ପୁଅର ଚୁଟି ପକାଇବା ପାଇଁ କାଳିଜାଈ ପୀଠକୁ ଯାଇଥିଲେ। ସେଠାରେ ସେ ଏକ ଭୋଜି ଆୟୋଜନ କରିଥିଲେ। ସେଥିରେ ଯୋଗଦେବା ପାଇଁ ୩୫ ଜଣ ଲୋକ ଯାଇଥିଲେ। ଭୋଜି ସରିବା ପରେ ସେମାନଙ୍କ ଭିତରୁ ୧୭ ଜଣ ଗୋଟିଏ ମାଛଧରା ଡଙ୍ଗାରେ ଫେରୁଥିଲେ। କାଳିଜାଈ ଘାଟଠାରୁ ଅଳ୍ପ ଦୂରରେ ହଠାତ୍‌ ଡଙ୍ଗାଟି ବୁଡ଼ି ଯାଇଥିଲା। ତେବେ ସେମାନଙ୍କ ପଛରେ ଆସୁଥିବା ଅନ୍ୟ ଏକ ଡଙ୍ଗା ମାଧ୍ୟମରେ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment
Advertisment