Advertisment

ବନ୍ଦ ହେଲା ଭୁବନେଶ୍ୱର ୟୁନିଟ-୧ ହାଟ

author-image
Minati Mishra
ଅଦ୍ୟତନ ହୋଇଛି
ବନ୍ଦ ହେଲା ଭୁବନେଶ୍ୱର ୟୁନିଟ-୧ ହାଟ

unit 1 market bhubaneswar

ଭୁବନେଶ୍ୱର: ଖୋର୍ଦ୍ଧାରେ କମୁନି କରୋନା ସଂକ୍ରମଣ। ତାଲିକାର ଉପରେ ରହିଛି ଏହି ଜିଲ୍ଲା। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ସଂକ୍ରମଣରେ ବ୍ରେକ ଦେବା ପାଇଁ ବିଏମସି ପକ୍ଷରୁ ନିଆଯାଇଛି ପଦକ୍ଷେପ।
କୋଭିଡ କଟକଣାକୁ ଦେଖି ଭୁବନେଶ୍ୱର ୟୁନିଟ-୧ ଭିତର ହାଟକୁ ବନ୍ଦ କରାଯାଇଛି। ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହି ହାଟ ବନ୍ଦ ରହିବ ବୋଲି ଆଜି BMC ପକ୍ଷରୁ ସୂଚନା ଦିଆଯାଇଛି।   ଉଭୟ ହୋଲସେଲ ଓ ରିଟେଲ ବ୍ୟବସାୟୀଙ୍କ ପାଇଁ ବନ୍ଦ କରାଯାଇଛି।
ଭୁବନେଶ୍ୱର ୧ ନମ୍ବର ହାଟରେ ସବୁବେଳେ ଭିଡ । ଏଠାରେ କୋଭିଡ ଗାଇଡ ଲାଇନ ମଧ୍ୟ ଲୋକେ ମାନୁ ନାହାନ୍ତି। ତେଣୁ ଏଠାରେ  କୋଭିଡ ସଂକ୍ରମଣ ବଢ଼ିବାର ଆଶଙ୍କା ବେଶି ରହିଥାଏ। ତେବେ ଆସନ୍ତାକାଲିଠାରୁ ୨ ଦିନିଆ ସଟଡାଉନ ଥିବାରୁ ଆଜି ହାଟରେ ପ୍ରବଳ ଗହଳି ଲାଗିଥିଲା । ଆଂଶିକ ଲକଡାଉନ ଯୋଗୁଁ ଏବେ ହାଟରେ କାରବାର ଦିନ ୧ଟା ଯାଏ ଚାଲୁଥିଲା।  ହେଲେ ଆଜି ହାଟରେ ପ୍ରବଳ ଗହଳି ହୋଇଥିବା ଦେଖିବାକୁ ମିଳିଥିଲା।
ଏପରିକି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି କରୋନା ନିୟମାବଳୀର ଉଲ୍ଲଂଘନ ହେଉଥିବା ନଜରକୁ ଆସିଥିଲା। ପ୍ରବଳ ଜନ ଗହଳି ଯୋଗୁଁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ହାଟକୁ ବନ୍ଦ କରିବାକୁ  BMC ପକ୍ଷରୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି।  
ସୂଚନାଥାଉ କି, ରାଜ୍ୟରେ ଗୋଟିଏ ଦିନ ଦୈନିକ କରୋନା ସଂକ୍ରମଣ ୩ ହଜାର ତଳକୁ ଖସିଥିବାବେଳେ ପରବର୍ତ୍ତୀ ୨ ଦିନ ୪ ହଜାର ପାଖାପାଖି ଥିଲା।  ୨ ଦିନ ପରେ ପୁଣି ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଛି। ଆଜି ୨୯୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୯୧୨ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୬୭୫ ଲୋକାଲ କେସ୍ ୧୨୩୭ ଜଣ ଚିହ୍ନଟ ହୋଇଛନ୍ତି ।
ତେବେ ସର୍ବାଧିକ ସଂକ୍ରମିତଙ୍କ ତାଲିକାରୁ ୧ ନମ୍ବରରୁ ଖସୁନି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧାରୁ ସବାଧିକ ୪୦୧ ପଜିଟିଭ୍‌ ବାହାରିଛନ୍ତି । ସେହିପରି ଗତକାଲି ଭୁବନେଶ୍ୱରରୁ ୪୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରୁ ୮୯ ଥିବାବେଳେ ଲୋକାଲ କଣ୍ଟାକ୍ଟ ଥିଲା ୪୦୭ । ସେହିପରି ଜୁନ୍‌ ୨୩ ତାରିଖ  ଭୁବନେଶ୍ୱରରୁ ୩୭୫ ପଜିଟିଭ ବାହାରିଥିବାବେଳେ ୭୫ ଥିଲା କ୍ୱାରେଣ୍ଟିନ କେସ। ଲୋକାଲ କଣ୍ଟାକ୍ଟସ ଥିଲା ୩୦୦।  ଜୁନ୍‌ ୨୨ କେବଳ ଭୁବନେଶ୍ୱରରୁ ୩୩୯ ପଜିଟିଭ ବାହାରିଥିବାବେଳେ କ୍ୱାରେଣ୍ଟିନରୁ ୫୦ ଏବଂ ଲୋକାଲ କଣ୍ଟାକ୍ଟ ଥିଲେ ୨୮୯।
ଭୁବନେଶ୍ୱରା ଲୋକାଲ କଣ୍ଟାକ୍ଟ ସଂଖ୍ୟାରେ ବ୍ରେକ ଲାଗୁ ନ ଥିବାରୁ ବିଏମସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।
Advertisment
Advertisment
Advertisment