/odishatv-khabar/media/post_attachments/uploadimage/library/16_9/16_9_0/WhatsApp-Image-2021-05-30-at-2_1622382551.jpg)
WhatsApp Image 2021-05-30 at 2.57.04 PM
ଭୁବନେଶ୍ୱର: ବିଜେପି ପାଳିଲା ସେବା ଦିବସ । କେନ୍ଦ୍ରରେ ବିଜେପି ସରକାରର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ସେବା ଦିବସ ପାଳନ କରାଯାଇଛି । ସାରା ଦେଶରେ ବିଜେପି କର୍ମୀମାନେ ସେବା ଦିବସ ପାଳନ କରିଛନ୍ତି । ଏହି ଅବସରରେ ବିଭିନ୍ନ ଲୋକଙ୍କୁ ବିଜେପି କର୍ମୀମାନେ ମାସ୍କ ବଣ୍ଟନ କରିଥିଲେ ।
ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ବୁଲି ଲୋକଙ୍କୁ ମାସ୍କ ବଣ୍ଟନ କରିଥିବା ଦେଖାଯାଇଛି । ଏହି ଅବସରରେ ସବକା ସାଥ୍ ସବକା ବିକାଶରେ ବିଜେପି ବିଶ୍ୱାସ କରେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଓଡିଶାକୁ ବିଭିନ୍ନ ବିପର୍ଯ୍ୟୟ ସମୟରେ ସହାୟତାର ହାତ ବଢ଼ାଇ ନିଜ ନୀତିକୁ ପ୍ରମାଣିତ କରିଛନ୍ତି ମୋଦି ସରକାର ।
ସେହିପରି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଆଜିର ଦିନ ଶୁଭ ଦିନ । ମୋଦି ସରକାର ସବୁବେଳେ ଲୋକଙ୍କ ଉନ୍ନତିକୁ ପ୍ରାଥମିକତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମସ୍ତ ନୀତିକୁ ଦଳର ନେତା ଓ କର୍ମକର୍ତ୍ତାମାନେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ଅପରାଜିତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)