/odishatv-khabar/media/media_files/2026/02/08/blood-bank-non-functional-for-nine-days-2026-02-08-12-47-56.jpg)
ରକ୍ତଭଣ୍ଡାର ଅଚଳ; ୯ ଦିନ ହେଲାଣି ବନ୍ଦ ରହିଛି Photograph: (OTV)
ପ୍ରାୟ ୧୦ ଦିନ ହେବ ରକ୍ତଭଣ୍ଡାର ଅଚଳ। ୯ ଦିନ ହେଲାଣି ଅଚଳ ରହିଛି ରକ୍ତ ଭଣ୍ଡାର। ରକ୍ତ ଭଣ୍ଡାର ବନ୍ଦ ଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହସ୍ପିଟାଲରେ ଅବ୍ୟବସ୍ଥା। ରକ୍ତ ସଂରକ୍ଷଣ ଗୃହରୁ ୯ ଦିନ ହେଲାଣି ରୋଗୀଙ୍କୁ ମିଳୁନି ରକ୍ତ l ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ।
ଏପଟେ କିନ୍ତୁ ଭର୍ତ୍ତି ହୋଇଥିବା ରୋଗୀ କିମ୍ବା ହସ୍ପିଟାଲକୁ ଆସୁଥିବା ରୋଗୀ ଟିଟିଲାଗଡ଼, ପାଟଣାଗଡ଼, ବଲାଙ୍ଗୀର ହସ୍ପିଟାଲକୁ ଯାଉଛନ୍ତି l ଏପରିକି ଭର୍ତ୍ତି ହୋଇଥିବା ରୋଗୀଙ୍କୁ ରକ୍ତ ଦେବାକୁ ହେଲେ ରେଫର କରାଯାଉଥିବା ଅଭିଯୋଗ ହେଉଛି l ଯଦି ଅତିଶୀଘ୍ର ଏହାର ବ୍ୟବସ୍ଥା କରାନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ।
ସେପଟେ ରକ୍ତଭଣ୍ଡାର ବନ୍ଦ ଘଟଣାକୁ ହସ୍ପିଟାଲ ଇନଚାର୍ଜ ସ୍ୱୀକାର କରିଥିବା ବେଳେ ଏହାର କାଗଜପତ୍ର ଯାଞ୍ଚ ଚାଲିଛି ବୋଲି କହିଛନ୍ତି।
- ହସ୍ପିଟାଲରେ ରକ୍ତଭଣ୍ଡାର ଅଚଳ
- ୯ ଦିନ ହେଲାଣି ବନ୍ଦ ରହିଛି ରକ୍ତ ଭଣ୍ଡାର
- ରୋଗୀଙ୍କୁ ମିଳୁନି ରକ୍ତ
- ଚିକିତ୍ସା କରିବାକୁ ଆସି ହନ୍ତସନ୍ତ ରୋଗୀ
- ଅନ୍ୟ ହସ୍ପିଟାଲ ଯିବାକୁ ବାଧ୍ୟ ହେଉଛନ୍ତି ରୋଗୀ
- ବଲାଙ୍ଗିର କଣ୍ଟାବାଞ୍ଜି ହସ୍ପିଟାଲର ଏ ସ୍ଥିତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)