Advertisment

ପୁରୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତବେଳେ ବିଭିନ୍ନ ସ୍ଥାନରେ କଳା ପତାକା ପ୍ରଦର୍ଶନ। ସହରର ୩ଟି ଜାଗାରେ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ ପୁରୀର କଂଗ୍ରେସ କର୍ମୀ। ପ୍ରଥମେ ଅଠରନଳା, ପରେ ବଗଲା ଧର୍ମଶାଳା ଏବଂ ଏହାପରେ ବଳଗଣ୍ଡି ଛକରେ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ। ଅଠରନଳା ନିକଟରେ ୧୦ରୁ ଅଧିକ ଯୁବକ କଳା ପତାକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। କଳା ପତାକା ଧରି କାର୍‌କେ ସାମ୍ନାକୁ […]

ଅଦ୍ୟତନ ହୋଇଛି
ପୁରୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

cm-nveen

Advertisment

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତବେଳେ ବିଭିନ୍ନ ସ୍ଥାନରେ କଳା ପତାକା ପ୍ରଦର୍ଶନ। ସହରର ୩ଟି ଜାଗାରେ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ ପୁରୀର କଂଗ୍ରେସ କର୍ମୀ। ପ୍ରଥମେ ଅଠରନଳା, ପରେ ବଗଲା ଧର୍ମଶାଳା ଏବଂ ଏହାପରେ ବଳଗଣ୍ଡି ଛକରେ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ।

Advertisment

ଅଠରନଳା ନିକଟରେ ୧୦ରୁ ଅଧିକ ଯୁବକ କଳା ପତାକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। କଳା ପତାକା ଧରି କାର୍‌କେ ସାମ୍ନାକୁ ପଶିଆସିଥିଲେ ଯୁବକମାନେ। ଏହି ସମୟରେ ରାସ୍ତା ଉପରେ ବିକ୍ଷୋଭକାରୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା। ବିକ୍ଷୋଭକାରୀଙ୍କୁ କାବୁ କଲା ପରେ ଆଗକୁ ବଢ଼ିଥିଲା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି।

ବିକ୍ଷୋଭକାରୀଙ୍କ ଅଭିଯୋଗ, ଏହି ବଗଳା ଧର୍ମଶାଳାକୁ ଦାନସୂତ୍ରରେ ଗରୀବ ଲୋକଙ୍କ ରହିବା ପାଇଁ କହ୍ନେୟାଲାଲ୍ ନାମକ ଜଣେ ବ୍ୟକ୍ତି ଦେଇଥିବାବେଳେ ଏହାକୁ ଚଞ୍ଚକତା କରି ବିକ୍ରି ପାଇଁ ଚାଲିଛି ମସୁଧା। ନିଜେ ପୁରୀ ଜିଲ୍ଲାପାଳ ଏବଂ ପ୍ରଶାସନ କିଛି ବେପାରୀଙ୍କୁ ବିକ୍ରି କରୁଥିବାରୁ କଂଗ୍ରେସ ପକ୍ଷରୁ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ବୋଲି କହିଛି ଯୁବ କଂଗ୍ରେସ। ଏହି ଘଟଣାରେ ପୁରୀ ପୋଲିସ ୧୦ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି। ତେବେ ଏନେଇ ଜିଳ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।

Advertisment

ସେପଟେ ପୁରୀ ଯାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଐତିହ୍ୟ କରିଡର ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ।  ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପତିତପାବନଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ। ପରେ କାକୁଡ଼ି ଖାଇ ଛକ ଦେଇ ଚାଲି ଚାଲି ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାର ସମେତ ଐତିହ୍ୟ କରିଡର ଅଧିନରେ ହେଉଥିବା ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ନବୀନ।

ଆଜି ଦକ୍ଷିଣ ଦ୍ୱାର ନିକଟ ପଞ୍ଜାବୀ ମଠ, ଗାଣ୍ଡୁଆ ଚଉରା ନିକଟ ନେପାଳ ଭବନ ଓ ମେଘନାଦ ପାଚେରୀକୁ ଲାଗିଥିବା ଇଲେକ୍ଟ୍ରିଅଫିସକୁ ମଧ୍ୟ ଯାଇଥିଲେ। ଶ୍ରୀମନ୍ଦିର ଚୌହଦୀର ୭୫ ମିଟର ପରିଧି ମଧ୍ୟରେ ଏସବୁ ପ୍ରତିଷ୍ଠାନ କାହିଁକି ରହିଛି, ତାହା ପଚାରି ବୁଝିଥିଲେ ନବୀନ।

Advertisment

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ହେରିଟେଜ୍ କରିଡର ଅଧିନରେ ହେଉଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ୨ଟି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ବାକି ୩ଟି ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆସନ୍ତା ୩ ମାସ ଭିତରେ ଶେଷ ହୋଇଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ