Advertisment

ଡିଜିପି ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା

ଭୁବନେଶ୍ୱର: ଭାରପ୍ରାପ୍ତ ପୁଲିସ୍‌ ଡିଜି ଭାବେ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ବିଧିବଦ୍ଧ ଦାୟିତ୍ୱ ନେଇଛନ୍ତି। କଟକ ସ୍ଥିତ ପୁଲିସ୍‌ ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ବିକେ ଶର୍ମା ପ୍ରତିକ୍ରିୟା ରଖି କହିଛନ୍ତି, ନକ୍ସଲ ପ୍ରବଣ ଅଞ୍ଚଳରେ ନିର୍ବାଚନ ପରିଚାଳନା ଏଥର ଚ୍ୟାଲେଞ୍ଜ ହେବ। ଅବାଧ ଓ ମୁକ୍ତ ନିର୍ବାଚନ କରିବାକୁ ପୁଲିସ୍ କାର୍ଯ୍ୟ କରିବ। ପତ୍ନୀଙ୍କ ବିୟୋଗ ଯୋଗୁ ଡିଜିପି ଆରପି ଶର୍ମା ଛୁଟିରେ ଅଛନ୍ତି। ରାଜ୍ୟ […]

ଡିଜିପି ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା

IPS

Advertisment

ଭୁବନେଶ୍ୱର: ଭାରପ୍ରାପ୍ତ ପୁଲିସ୍‌ ଡିଜି ଭାବେ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ବିଧିବଦ୍ଧ ଦାୟିତ୍ୱ ନେଇଛନ୍ତି। କଟକ ସ୍ଥିତ ପୁଲିସ୍‌ ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି।

Advertisment

ଦାୟିତ୍ୱ ଗ୍ରହଣ ପରେ ବିକେ ଶର୍ମା ପ୍ରତିକ୍ରିୟା ରଖି କହିଛନ୍ତି, ନକ୍ସଲ ପ୍ରବଣ ଅଞ୍ଚଳରେ ନିର୍ବାଚନ ପରିଚାଳନା ଏଥର ଚ୍ୟାଲେଞ୍ଜ ହେବ। ଅବାଧ ଓ ମୁକ୍ତ ନିର୍ବାଚନ କରିବାକୁ ପୁଲିସ୍ କାର୍ଯ୍ୟ କରିବ।

ପତ୍ନୀଙ୍କ ବିୟୋଗ ଯୋଗୁ ଡିଜିପି ଆରପି ଶର୍ମା ଛୁଟିରେ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତାଲିକା ମଧ୍ୟରୁ ବି.କେ. ଶର୍ମା ଡିଜିପି ଇନ୍‌ଚାର୍ଜ ଦାୟିତ୍ୱ ପାଇଁ ଭାରତୀୟ ନିର୍ବାଚନ କମିଶନ ସହମତି ଜଣାଇବା ପରେ ତାଙ୍କୁ ଦାୟିତ୍ୱ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ