Advertisment

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ବିଜେପିର ଚେତାବନୀ

ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ମାହାଙ୍ଗା ମଣିଯୋରୀର ଗୀତାଞ୍ଜଳି ଦାସ ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାକୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ହେଲେ ଡାକ୍ତର ପରିବାର ନିୟୋଜନ ପରିବର୍ତ୍ତେ ଭୁଲ୍ ଅସ୍ତ୍ରୋପଚାର କରିଥିଲେ। ଏହାପରେ ଗୀତାଞ୍ଜଳି ଅସୁସ୍ଥ ହୋଇ ପଡ଼ିଥିଲେ। ଏବେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ମାର୍ଚ୍ଚ ୧ ତାରିଖରେ ଡାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଭୁଲ୍‌ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ବିରୋଧରେ […]

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ବିଜେପିର ଚେତାବନୀ

salepur

Advertisment

ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ମାହାଙ୍ଗା ମଣିଯୋରୀର ଗୀତାଞ୍ଜଳି ଦାସ ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାକୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ହେଲେ ଡାକ୍ତର ପରିବାର ନିୟୋଜନ ପରିବର୍ତ୍ତେ ଭୁଲ୍ ଅସ୍ତ୍ରୋପଚାର କରିଥିଲେ। ଏହାପରେ ଗୀତାଞ୍ଜଳି ଅସୁସ୍ଥ ହୋଇ ପଡ଼ିଥିଲେ। ଏବେ ତାଙ୍କର ଚିକିତ୍ସା ଚାଲିଛି।

Advertisment

ଏନେଇ ମାର୍ଚ୍ଚ ୧ ତାରିଖରେ ଡାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଭୁଲ୍‌ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ରାଜ୍ୟ ବିଜେପି ଚେତାବନୀ ଦେଇଛି।

ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିବାର ୧୦ ଦିନ ବିତି ଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ବିଜେପି ଅଭିଯୋଗ କରିଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ