/odishatv-khabar/media/post_attachments/uploadimage/library/16_9/16_9_0/golak_1625486703.jpg)
golak
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସଟିଏଫ୍) ବନ୍ଦ ନେଇ ସରକାରଙ୍କୁ ଘେରିଛି ବିଜେପି। ଏକ ପ୍ରେସ୍ ମିଟରେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଗତକାଲି ଓଡ଼ିଶା ସରକାର ରାଜ୍ୟ Odisha State Tretment Fund (ଓଏସଟିଏଫ୍)କୁ ବନ୍ଦ କରିଛନ୍ତି।
ଖୋଦ୍ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ବନ୍ଦ ହେବନି। ଫେବ୍ରୁଆରୀ ମାସରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ଯୋଜନା ବନ୍ଦ ହେବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିଲେ। ତେବେ କଣ ପାଇଁ ଯୋଜନା ଆରମ୍ଭ ହେଲା ଆଉ ବନ୍ଦ କାହିଁକି ହେଲା ବୋଲି ଗୋଲକ ପ୍ରଶ୍ନ କରିଛନ୍ତି।
ଗୋଲକ କହିଛନ୍ତି, ଆପଣଙ୍କ ପାଖରେ ପଇସା ନାହିଁ ବୋଲି ଆପଣ ଏହି ଯୋଜନାକୁ ବନ୍ଦ କରିଛନ୍ତି। ଯଦିଓ ପଇସା ନଥିଲା, ତାହେଲେ ନିର୍ବାଚନ ସମୟରେ ଲୋକଙ୍କ ସହ କ'ଣ ପାଇଁ ଖେଳିଲେ। ଏବେ ଏହି ଯୋଜନା ବନ୍ଦ ହେବା ଯୋଗୁ ଗୁରୁତର ରୋଗୀ ଆଉ ଚିକିତ୍ସା ହୋଇପାରିବେନି। ଯେଉଁ ଚିକିତ୍ସା ସୁବିଧା ସେମାନଙ୍କୁ ମିଳୁଥିଲା ତାହା ଆଉ ମିଳିବନି ବୋଲି ସେ ଅଭିଯୋଗ କରିଛନ୍ତି।
ଯେତେବେଳେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୁରୋଧ କଲେ ବି ରାଜ୍ୟ ରକାର ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେଲେନି। ସେତେବେଳେ ଆପଣ ନିଜସ୍ୱ ଯୋଜନା କରିବୁ ବୋଲି କହିଲେ। କଣ ପାଇଁ ସରକାର ଆୟୁଷ୍ମାନ ଯୋଜନା ବନ୍ଦ କଲେ। ସରକାର ଆଗ ନିଜ ଜିଦ୍ ଛାଡ଼ନ୍ତୁ। ତା'ଛଡ଼ା ଲୋକଙ୍କୁ ଆଉ ଭୁଆଁ ବୁଲାନ୍ତୁ ନାହିଁ। ଆୟୁଷ୍ମାନ୍ ଭାରତ ଯୋଜନାରେ ସାମିଲ ହୁଅନ୍ତୁ ବୋଲି ଗୋଲକ ସରକାରଙ୍କୁ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)