/odishatv-khabar/media/post_attachments/uploadimage/library/16_9/16_9_0/Lekhshree_1626258893.jpg)
Lekhshree
ଭୁବନେଶ୍ୱର: ହାଇଦର ଫେରାର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର। ତେଲାଙ୍ଗାନାରୁ ହାଇଦରକୁ ସେଠାକାର ପୋଲିସ ଗିରଫ କରିଥିଲାବେଳେ ଓଡ଼ିଶା ସରକାର ପିଠି ଥାପୁଡ଼ାଉଛନ୍ତି ବୋଲି ସେ କହିଛନ୍ତି। ଚିକିତ୍ସା ପାଇଁ ଆସିଥିବା ହାଇଦର ହସ୍ପିଟାଲରେ ଥିବାବେଳେ ପୋଲିସ ହୋଟେଲରେ ରହୁଥିଲା।କେବଳ ଏତିକି ନୁହେଁ, କଡ଼ା ସୁରକ୍ଷାରେ ଥିବା ଜେଲ୍ ଭିତରେ ହାଇଦର ମୋବାଇଲ୍ ବ୍ୟବହାର କରିବା ସହ ବାହାରର ଅପରାଧକୁ ମଧ୍ୟ ନିୟନ୍ତ୍ରଣ କରୁଥିଲା। ତା’ ସହିତ ଝିଅମାନଙ୍କୁ ଦାଦାବଟି ଆଦାୟରେ ଲଗାଉଥିଲା ବୋଲି ଲେଖାଶ୍ରୀ କହିଛନ୍ତି। ତେବେ ଜେଲ୍ ଭିତରେ ହାଇଦର ମୋବାଇଲ୍ ଧରିବା, ଅପରାଧ କାର୍ଯ୍ୟକଳାପ କରିବା ଓ ତାକୁ ଭଲ ଖାଇବା କିଏ ଯୋଗାଉଥିଲା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ହାଇଦର ଭଳି ଜଣେ କୁଖ୍ୟାତ ଅପରାଧୀ ଯେତେବେଳେ ଦୁଇ ଦୁଇଟି ଆଜୀବନ କାରାଦଣ୍ଡ ଭୋଗୁଥିଲା, ଜେଲରେ ଥାଇ ବାରମ୍ବାର ଡାକ୍ତରଖାନା କିପରି ଯାଉଥିଲା, ତା’ର ସୁରକ୍ଷାର ତତ୍ତ୍ୱାବଧାନ କିଏ କରୁଥିଲା, ସେ ଖସିବାରେ ସଫଳ କେମିତି ହେଲା, ଡାକ୍ତରଖାନାରେ ବିରିୟାନି ଖାଇବାକୁ ମିଳୁଥିବା ବେଳେ ତା’ ଚାରିପାଖେ କୌଣସି ସୁରକ୍ଷା ବଳୟ ନ ଥିଲା ଏବଂ ଉଭୟ ଡାକ୍ତରଖାନା ଓ ଜେଲରେ କିପରି ତା’ର ଯୁବତୀ ବନ୍ଧୁମାନେ ଭେଟିବାକୁ ଆସୁଥିଲେ ସେ ସବୁକୁ ନେଇ ଲେଖାଶ୍ରୀ ପ୍ରଶ୍ନ ଉଠାଇଛନ୍ତି।
ପ୍ରକାଶଥାଉ ଯେ ପୂର୍ବରୁ ହାଇଦର ଲିଙ୍କ୍ରେ ବାଲେଶ୍ୱର ଭୋଗରାଇ ଅଞ୍ଚଳର ଆଲବମ୍ ହିରୋଇନ ଅର୍ଚ୍ଚନା ପରିଡ଼ା ଓରଫ୍ ଗେଲ୍ଲୀଙ୍କୁ ମଙ୍ଗଳାବାଗ ପୋଲିସ ଗିରଫ କରିଥିଲା। ଚିକିତ୍ସାର ଆଳ କରି ଏସ୍ସିବିରେ ଥିବାବେଳେ ହାଇଦରକୁ ଅର୍ଚ୍ଚନା ଦେଖା କରୁଥିଲେ।କେବଳ ସେ ନୁହଁନ୍ତି, ପଟ୍ଟାମୁଣ୍ଡାଇ ଓ ମାହାଙ୍ଗାର ଆଉ ଦୁଇ ଯୁବତୀ ହାଇଦରକୁ ଭେଟିଥିଲେ। ଏପରିକି ଷଡ଼ଯନ୍ତ୍ରର ଲିଡ୍ ନେଇଥିବା ହାଇଦର୍ର ଧରମପୁଅ ଇସ୍ତିୟାକ୍ ଖାନ ସହ ମଧ୍ୟ ଏମାନଙ୍କର ସଂପର୍କ ଥିଲା। ହାଇଦର ଖସିଯିବା ପରେ ବି ଲଗାତର ଫୋନ୍ରେ ହାଇଦର ସହ କଥା ହେଉଥିଲେ । ସେହି କଲ୍ ଡିଟେଲ୍ସ ହିଁ ତେଲେଙ୍ଗାନାରେ ଲୁଚିଥିବା ହାଇଦରକୁ ଧରାପକାଇଥିଲା। ଏଥିପାଇଁ ଟେକ୍ନିକାଲ୍ ଏକ୍ସପର୍ଟଙ୍କୁ ନେଇ ଏକ ସାଇବର ଟିମ୍ ଗଠନ କରାଯାଇଥିଲା। ସେହି ଟିମ୍ ମୋବାଇଲ ଲୋକେସନ୍ ସହ ହାଇଦରର ଗତିବିଧି ସମ୍ପର୍କରେ ବିସ୍ତୁତ ତଥ୍ୟ ଜାଣିପାରୁଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)