/odishatv-khabar/media/post_attachments/uploadimage/library/16_9/16_9_0/bjp-2_1626691857.jpg)
bjp
ଭୁବନେଶ୍ୱର : ପକ୍କା ଘର ବଣ୍ଟନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ସରକାର ୨୭ ଲକ୍ଷ ୪୯ ହଜାର ୬୧୭ ହିତାଧିକାରୀଙ୍କ ତାଲିକା କରିଥିଲେ । ତେବେ ଘୋଷିତ ତାଲିକାରୁ ୧୩ ଲକ୍ଷ ୬୫ ହଜାର ୨୫ ଜଣଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି।
ତାଲିକାର ଆଉ ଥରେ ଯାଞ୍ଚ ପାଇଁ ଜାନୁଆରୀ ୧୫ ଡେଡ୍ଲାଇନ୍ ଧାର୍ଯ୍ୟ କରାଯାଇଥିଲା । ଡେଡ୍ଲାଇନ ସରିଥିଲେ ବି ଯୋଗ୍ୟ ଓ ଅଯୋଗ୍ୟ ତାଲିକା ବାହାରି ନାହିଁ । ଦଳୀୟ ଆଧାରରେ ତାଲିକା କରିଥିବାରୁ ଚୂଡ଼ାନ୍ତ କରିପାରୁ ନାହାନ୍ତି ବୋଲି ବିଜେପି ସମାଲୋଚନା କରିଛି । ତୁରନ୍ତ ହିତାଧିକାରୀଙ୍କ ତାଲିକା ସାର୍ବଜନୀନ କରାଯାଉ ବୋଲି ବିଜେପି ଦାବି କରିଛି।
ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ ପରିବର୍ତ୍ତନ କଲେ ପରିଣାମ ଭୋଗିବେ ବୋଲି ମଧ୍ୟ ବିଜେପି ଚେତାବନୀ ଦେଇଛି। ଏହାଛଡ଼ା ସରକାର ସବୁ ଯୋଜନାରେ ବିଜୁ ଟ୍ୟାଗ୍ ଲଗାଉଛନ୍ତି । ବିଜୁଙ୍କ ନାଁରେ ଚାଲିଥିବା ଯୋଜନାର ସ୍ଥିତି କଣ ବୋଲି ବିଜେପି ପ୍ରଶ୍ନ କରିଛି ।
ଅନ୍ୟପଟେ ବିଜେପିର ଅଭିଯୋଗ ଓ ପ୍ରଶ୍ନ ଉପରେ ଜବାବ ରଖି ବିଜେଡି କହିଛି ପ୍ରତି ଯୋଜନାରେ କେନ୍ଦ୍ର ଓ ରାଜ୍ୟର ଭାଗ ସମାନ । ହିତାଧିକାରୀ ତାଲିକା ପ୍ରସଙ୍ଗରେ ପ୍ରତାପ ଦେବ କହିଛନ୍ତି ତାଲିକାକୁ ନିଜେ କେନ୍ଦ୍ର ଅନୁମୋଦନ ଦେଇଛି । ଏବେ କାନ୍ଦୁଛନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)