/odishatv-khabar/media/post_attachments/uploadimage/library/16_9/16_9_0/bjp_1626689565.jpg)
bjp
ବ୍ରହ୍ମପୁର : ବ୍ରହ୍ମପୁରରେ ବିଜେପିର ବିରାଟ ଶୋଭାଯାତ୍ରା। ନାଗରିକତା ସଂଶୋଧନ ଆଇନ CAA ସମ୍ପର୍କରେ ଆଜି ବ୍ରହ୍ମପୁରରେ ବିଶାଳ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଛି । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।
ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏ ସମ୍ପର୍କରେ ଅବଗତ କରାଉଛି ବିଜେପି । ଲୋକଙ୍କ ବିଶାଳ ସମାଗମ ହିଁ ଏବେ CAAକୁ ନେଇ ଲୋକଙ୍କ ସମର୍ଥନ ଥିବା ଦର୍ଶାଉଛି ବୋଲି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ କହିଛନ୍ତି । ଆଜି ସହରର କମାପଲ୍ଲୀ ଛକରୁ ବାହାରି ଏହି ବିଶାଳ ସଚେତନ ଶୋଭାଯାତ୍ରା ରାମଲିଙ୍ଗମ୍ ଟ୍ୟାଙ୍କ ରୋଡ୍ ଯାଏ ଚାଲିବ ଏହି ରାଲି ।
ଏଠାରେ ଏକ ସାଧାରଣ ସଭାର ବି ଆୟୋଜନ କରାଯାଇଛି । ଏହି ସଚେତନ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଜନତା ଓ କର୍ମକର୍ତ୍ତା ସାମିଲ ହୋଇଛନ୍ତି । ଗଂଜାମ ଜିଲ୍ଲାର ସମସ୍ତ ୨୨ଟି ବ୍ଲକରୁ ଦଳୀୟ କର୍ମୀ ଓ ନେତା ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। CAAକୁ ନେଇ ସାରା ଦେଶରେ ସଚେତନତା କାର୍ଯ୍ୟକ୍ରମ କରୁଛି ବିଜେପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)