/odishatv-khabar/media/post_attachments/uploadimage/library/16_9/16_9_0/sameer_1621163639.jpg)
sameer
ଭୁବନେଶ୍ୱର: କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଦେଖାଦେଇଛି ଅଧିକ ପରିଚାଳନାଗତ ତ୍ରୁଟି। ରାଜ୍ୟ ସରକାର ଭୁବନେଶ୍ୱରକୁ ସାରା ଓଡ଼ିଶା ବୋଲି ଭାବୁଛନ୍ତି। ସେପଟେ ଜିଲ୍ଲା ସ୍ତରରେ ସ୍ଵାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯସ୍ତ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଜଣେ ନବବିବାହିତା ଅକ୍ସିଜେନ୍ ଅଭାବରୁ ହସ୍ପିଟାଲରୁ ହସ୍ପିଟାଲ ବୁଲି ପ୍ରାଣ ହରାଇବା ଘଟଣାର ଉଦାହରଣ ଦେଇ ସେ କହିଛନ୍ତି ଯେ, ପଞ୍ଚାୟତ ସ୍ତରରେ ଅକ୍ସିମିଟର ରଖାଯାଉ।
କେନ୍ଦ୍ର ସରକାର ଅଧିକ ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ରାଜ୍ୟ ସରାକଙ୍କ ପକ୍ଷରୁ ଏଥିପାଇଁ ଦାବି କରାଯାଉନି। ଗାଁ ଗହଳିରେ ଏବେ କିଏ କରୋନା ଆକ୍ରାନ୍ତ ତାହା ଜାଣିବା କଷ୍ଟକର ହୋଇପଡୁଛି। ରାଜ୍ୟରେ କରୋନା ସ୍ଥିତି ନେଇ ଆସନ୍ତାକାଲି ସର୍ବଦଳୀୟ ବୈଠକ ବସିବାକୁ ଯାଉଥିବା ବେଳେ ତା ପୂର୍ବରୁ ଆଜି ଏଭଳି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା।
ରାଜ୍ୟରେ ଅତି ଆଶ୍ଚର୍ଯ୍ୟଜନକ ଭାବେ 10 ହଜାରରୁ ଅଧିକ ରୋଗୀ ବାହାରୁଛନ୍ତି । ପ୍ରବାସୀମାନେ ମଧ୍ୟ ପହଂଚିଲେଣି । ଗତଥର ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଟିଏମସିର ବ୍ୟବସ୍ଥା ହୋଇଥିଲା ଏଥର ତାହା ହୋଇନି, ତେଣୁ ଟିଏମସିଗୁଡ଼ିକ ପୁଣି କାର୍ଯକାରୀ ହେବା ଦରକାର। ସେପଟେ ଗତବର୍ଷ ଟିଏମସିରେ ବ୍ୟବହୃତ ସାମଗ୍ରୀ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ରାଜ୍ୟରେ କୋଭିଡ୍ ପରିଚାଳନାରେ ତ୍ରୁଟିକୁ ସମାଲୋଚନା କରି ବିଜେପି ରାଜ୍ୟ ସଭାପତି କହିଛନ୍ତି- ଟେଷ୍ଟି ଆବଶ୍ୟକ ସଂଖ୍ୟାରେ ହେଉନି। ଲୋକେ ଲାଇନ୍ ଲଗାଇ ଟେଷ୍ଟିଂ ରିପୋର୍ଟ ନେଉଛନ୍ତି, ତେଣୁ ମୋବାଇଲ ଜରିଆରେ ରିପୋର୍ଟ ଦେବା ଆବଶ୍ୟକ।
ସେହିଭଳି କରୋନା ମୁକାବିଲା ପାଇଁ ସାହି ମୁରବୀ, ପଞ୍ଚାୟତ ସ୍ତରରେ ଲୋକଙ୍କୁ ନେଇ କମିଟି କରିବା ଆବଶ୍ୟକ। ଅନ୍ୟ ପଟେ ସବୁ ଦଳର ସଦସ୍ୟଙ୍କୁ ନେଇ କ୍ରାଇସିସ୍ ମ୍ୟାନେଜମେଣ୍ଟ କମିଟି କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବକୁ କାର୍ଯକାରୀ କରିବା ଦରକାର ବୋଲି ସମୀର ମହାନ୍ତି କହିଛନ୍ତି। ତେବେ ଏ ନେଇ ସରକାର କିମ୍ବା ସରକାରୀ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)