Advertisment

'ପରୀକୁ କେବଳ ହତ୍ୟା କରାଯାଇ ନାହିଁ, ତାର ଅଙ୍ଗ ତସ୍କରୀ ହୋଇଛି'

ଭୁବନେଶ୍ୱର: ପରୀ ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିକୁ ଜୋରଦାର କଲା ବିଜେପି। ଆଜି ପ୍ରେସମିଟ୍‌ରେ ରାଜ୍ୟ ସରକାର ଓ ମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ପରୀକୁ କେବଳ ହତ୍ୟା କରାଯାଇ ନାହିଁ, ତାର ଅଙ୍ଗ ତସ୍କରୀ ହୋଇଛି। ଆଉ ଏଥିରେ ଏକ ବଡ଼ ଅଙ୍ଗ ତସ୍କରୀ ରାକେଟ୍‌ ରହିଛି। ଘଟଣା ପଛରେ ବାବୁଲି ନାଏକର ସଂପୃକ୍ତି ରହିଛି। ଏନେଇ ପରୀର ପରିବାର ବାରମ୍ବାର ଏସ୍ପିଙ୍କୁ ଜଣାଇଛନ୍ତି। […]

author-image
Chandan Shishu
ଅଦ୍ୟତନ ହୋଇଛି
'ପରୀକୁ କେବଳ ହତ୍ୟା କରାଯାଇ ନାହିଁ, ତାର ଅଙ୍ଗ ତସ୍କରୀ ହୋଇଛି'

pari-trick

ଭୁବନେଶ୍ୱର: ପରୀ ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିକୁ ଜୋରଦାର କଲା ବିଜେପି। ଆଜି ପ୍ରେସମିଟ୍‌ରେ ରାଜ୍ୟ ସରକାର ଓ ମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ପରୀକୁ କେବଳ ହତ୍ୟା କରାଯାଇ ନାହିଁ, ତାର ଅଙ୍ଗ ତସ୍କରୀ ହୋଇଛି। ଆଉ ଏଥିରେ ଏକ ବଡ଼ ଅଙ୍ଗ ତସ୍କରୀ ରାକେଟ୍‌ ରହିଛି। ଘଟଣା ପଛରେ ବାବୁଲି ନାଏକର ସଂପୃକ୍ତି ରହିଛି। ଏନେଇ ପରୀର ପରିବାର ବାରମ୍ବାର ଏସ୍ପିଙ୍କୁ ଜଣାଇଛନ୍ତି। ତେବେ କାହା ଚାପରେ ନୟାଗଡ଼ ପୋଲିସ ବାବୁଲି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

Advertisment

ବରଂ ଘଟଣାକୁ ନେଇ ଦେଖାଦେଇଥିବା ଆକ୍ରୋଶକୁ ପ୍ରଶମିତ କରିବାକୁ ମନ୍ତ୍ରୀ ଅରୁଣ ସାହୁ ଚେଷ୍ଟା କରିଥିବା ଅଡିଓ ଭାଇରାଲ୍ ହୋଇଥିବା ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଅଙ୍ଗ ତସ୍କରୀରେ ବାବୁଲି ନାଏକ ରହିଛି ଏବଂ ବାବୁଲିକୁ ମନ୍ତ୍ରୀ ସୁରକ୍ଷା ଯୋଗାଉଛନ୍ତି।

ରାଜ୍ୟ ସରକାର ଗଠନ କରିଥିବା ଏସ୍ଆଇଟି ତଦନ୍ତରେ ସତ ସାମ୍ନାକୁ ଆସିବନି। ତୁରନ୍ତ ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ସହ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ସେପଟେ ବିଜେପିର ଅଭିଯୋଗ ନେଇ ବିଜେପି କିମ୍ବା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
Advertisment
Advertisment