/odishatv-khabar/media/post_attachments/uploadimage/library/16_9/16_9_0/suresh-pujari_1625311443.jpg)
suresh-pujari
ଭୁବନେଶ୍ୱର: ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଧେୟକ ବିଲ୍। ତେବେ ଏହି ବିଲକୁ ବିରୋଧ କରି ବିଜେଡି। ତେବେ କୃଷି ବିଲକୁ ବିଜେଡି କାହିଁକି ବିରୋଧ କଲା, ତାକୁ ନେଇ ବିଜେଡିକୁ କଟାକ୍ଷ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ। ବିଜେଡିକୁ କଟାକ୍ଷ କରି ସୁରେଶ ପୂଜାରୀ କହିଛନ୍ତି, 'କହିଁ ପେ ନିଗାହେଁ, କହିଁ ପେ ନିଶାନା।
ଏହାଛଡ଼ା ସେ ବିଜେଡି ଟାର୍ଗେଟ୍ କରି ଆହୁରି କହିଛନ୍ତି, ସିବିଆଇର ଚିଟଫଣ୍ଡ ରେଡକୁ ନେଇ ଡିଲ୍ କରିବାକୁ ଚାହୁଁଥିଲା ବିଜେଡି। CBI ଗୁଡ଼ାଏ MLAଙ୍କ ଘରେ ରେଡ୍ କଲାଣି। ଆଗକୁ ମଧ୍ୟ ଆହୁରି ରେଡ୍ କରିପାରେ। ତେଣୁ BJD ଭାବୁଥିଲା ଆମକୁ ଚିଟଫଣ୍ଡରୁ ରକ୍ଷା କର ଆମେ ତମକୁ ସମର୍ଥନ ଦେବୁ। କିନ୍ତୁ BJP ବେପାର କରେନି। ଆଇନ ତା ବାଟରେ, CBI ତା ବାଟରେ ଯିବ ବୋଲି କହିଛନ୍ତି ସୁରେଶ ପୂଜାରୀ। ପୂଜାରୀ ଆହୁରି କହିଛନ୍ତି, ତୁମେ ସମର୍ଥନ କର ବା ନକର ସେଥିରେ ଆମର କିଛି କରିବାର ନାହିଁ।
ତେବେ ପୂଜାରୀଙ୍କ ବୟାନକୁ ନେଇ ଜବାବ ଦେଇଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ରାଜନୈତିକ ବୟାନ ଦେବାକୁ ଚାହେଁନି। ବିଜେଡି ହେଉଛି ଚାଷୀଙ୍କ ସପକ୍ଷବାଦୀ ଦଳ। ବିଲରେ କିଛି ଭଲ ରହିଛି, କିଛି ବୁଝାମଣାର ଅଭାବ ରହିଛି। ସେଥିପାଇଁ ବିଜେଡି ସିଲେ କମିଟିକୁ ପଠାଇବାକୁ ଚାହୁଁଥିଲ। ତା'ଛଡ଼ା ବିଜେଡି ହଙ୍ଗାମାରେ ବିଶ୍ୱାସ କରେନି, ଯାହା ଘଟିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।
ସୂଚନାଯୋଗ୍ୟ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର୍ ଆଜି କୃଷି ବିଲକୁ ରାଜ୍ୟସଭାରେ ଆଗତ କରିଥିଲେ। ତେବେ ବହୁତ ହଙ୍ଗାମା ମଧ୍ୟରେ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଛି। ଆଗରୁ ଲୋକସଭାରେ ବିଲ୍ ପାସ୍ ହୋଇଥିବାରୁ ଏବେ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ଓ ଗେଜେଟରେ ପ୍ରକାଶ ପାଇବା ପରେ ତାହା ଆଇନରେ ପରିଣତ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)