Advertisment

ଆସନ୍ତାକାଲି ଓଡ଼ିଶା ଆସିବେ ରୂପା ଗାଙ୍ଗୁଲୀ

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ତଥା ବିଜେପି ନେତ୍ରୀ ରୂପା ଗାଙ୍ଗୁଲୀ ଆସନ୍ତାକାଲିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଶ୍ରୀମତୀ ଗାଙ୍ଗୁଲୀ ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀମତୀ ଗାଙ୍ଗୁଲୀ ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ସକାଳ ୧୦ ଟାରେ ପହଞ୍ଚି ହେଲିକପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲା ରାଇଘର ଗସ୍ତ କରିବେ। ଶ୍ରୀମତୀ ଗାଙ୍ଗୁଲୀ ରାଇଘର ମିନି […]

author-image
Pradesh Pratyush
ଆସନ୍ତାକାଲି ଓଡ଼ିଶା ଆସିବେ ରୂପା ଗାଙ୍ଗୁଲୀ

rupa ganguli

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ତଥା ବିଜେପି ନେତ୍ରୀ ରୂପା ଗାଙ୍ଗୁଲୀ ଆସନ୍ତାକାଲିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଶ୍ରୀମତୀ ଗାଙ୍ଗୁଲୀ ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି।

Advertisment

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀମତୀ ଗାଙ୍ଗୁଲୀ ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ସକାଳ ୧୦ ଟାରେ ପହଞ୍ଚି ହେଲିକପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲା ରାଇଘର ଗସ୍ତ କରିବେ। ଶ୍ରୀମତୀ ଗାଙ୍ଗୁଲୀ ରାଇଘର ମିନି ଷ୍ଟାଡିୟମରରେ ଅପରାହ୍ନ ୧ ଟାରେ ପହଞ୍ଚି ନାଗରିକତା ସଂଶୋଧନ ଆଇନ ସଂପର୍କରେ ସାଧାରଣ ସଭାରେ ସମ୍ଭୋଧିତ କରିବେ।

ସେହିପରି ଜାନୁଆରୀ ୨୨ ତାରିଖରେ ଶ୍ରୀମତୀ ଗାଙ୍ଗୁଲୀ ସକାଳ ୧୦ଟାରେ ପହଞ୍ଚି ମାଲକାନଗିରି ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନ କରାଇବେ ଏବଂ ଅପରାହ୍ନ ୧ଟା ସମୟରେ ଶ୍ରୀମତୀ ଗାଙ୍ଗୁଲୀ ଜୟପୁର ଠାରେ ପହଞ୍ଚି ନାଗରିକତା ସଂଶୋଧନ ଆଇନର ବିଭିନ୍ନ ଦିଗ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ ବୋଲି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି।

Advertisment

ବିରୋଧୀ କଂଗ୍ରେସ ସମେତ କିଛି ଆଞ୍ଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଥିବାରୁ ବିଜେପି ପକ୍ଷରୁ ଏବେ ଓଡ଼ିଶା ସମେତ ଦେଶବ୍ୟାପୀ ଏଭଳି ସଚେତନତା କାର୍ଯ୍ୟକ୍ରମ ଚାଲିଛି।

Advertisment
Advertisment