aparajita
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ପରିଚାଳନାରେ ଦୁର୍ନୀତି ନେଇ ବଡ଼ ଗନ୍ଧ ବାରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କୋଭିଡ୍ ଦୁର୍ନୀତିରେ ତାମିଲନାଡୁ ଲିଙ୍କ୍ ରହିଛି ବୋଲି ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅପରାଜିତା। ଚେନ୍ନାଇର ଏକ ଚଷମା ଦୋକାନରୁ ପିପିଇ କିଟ୍ କିଣାଯାଇଛି। କୋଭିଡ୍ ପରିଚାଳନା ଦୁର୍ନୀତି ଓ ଅର୍ଥ ଉପାର୍ଜନ ପାଇଁ ସୁବିଧା ସାଜିଛି। ସେହିପରି ପଞ୍ଜାବ ଓ ହରିୟାଣାର ବିଭିନ୍ନ ଫାର୍ମରୁ ଚଢ଼ା ଦରରେ ମାସ୍କ କିଣା ହୋଇଛି ବୋଲି ଅପରାଜିତା କହିଛନ୍ତି।
ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି ବୋଲି ଅପରାଜିତା ଅଭିଯୋଗ କରିଛନ୍ତି। ତେବେ ସତ୍ସହାସ ଥିଲେ 5-T ନୀତି ଅବଲମ୍ବନ କରି ତଦନ୍ତ କରାନ୍ତୁ ବୋଲି ଚ୍ୟାଲେଞ୍ଜ କରିଛନ୍ତି ଅପରାଜିତା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/aparajita-1_1625452308.jpg)