/odishatv-khabar/media/post_attachments/uploadimage/library/16_9/16_9_0/lekhashree-2_1623929687.jpg)
lekhashree
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଦଳର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ଗତକାଲି ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଘୋଷଣା ହୋଇଥିବା ୮ ହଜାର ୫ଶହ କୋଟି ଟଙ୍କା କେଉଁ ବାବଦକୁ କେତେ ଖର୍ଚ୍ଚ ହେବ ତାର ବିସ୍ତୃତ ବିବରଣୀ ମାଗିଛନ୍ତି। ତାସହ ଏ ଟଙ୍କା ଏବେକାର, ପୂର୍ବର ନା ଆଗକୁ ଖର୍ଚ୍ଚ କରିବେ ତାର ମଧ୍ୟ ସ୍ପଷ୍ଟୀକରଣ ମାଗିଛନ୍ତି।
ସେହିପରି ଡାକ୍ତର ଅଭାବ, କୋଭିଡ୍ ପରିଚାଳନାରେ ବିଫଳତା, ମୃତ୍ୟୁ ସଂଖ୍ୟା ଓ ଆକ୍ରାନ୍ତଙ୍କ ପ୍ରକୃତ ତଥ୍ୟ ଲୁଚାଯିବା ସହ ଲୋକ ସଂଖ୍ୟା ତୁଳନାରେ ଡାକ୍ତର ଅଭାବ କଥା ଉଠାଇଥିଲେ। ସେହିପରି ରାଜ୍ୟରେ ନକଲି ଔଷଧ କାରବାରରେ ବିଜେଡିର ଜଣେ ଟାଣୁଆ ମନ୍ତ୍ରୀଙ୍କ ହାତ ଥିବା ବି ଅଭିଯୋଗ ଆଣିଛନ୍ତି ଲେଖାଶ୍ରୀ। କ୍ରାଇମବ୍ରାଞ୍ଚ ଦ୍ୱାରା ଏହାର ତଦନ୍ତ ହେବା ଅନୁଚିତ ଓ ଡ୍ରଗ୍ସ କଂଟ୍ରୋଲରଙ୍କ ଦ୍ୱାରା ଖୋଳତାଡ଼ର ବି ଆବଶ୍ୟକ ବୋଲି କହିଛନ୍ତି ଲେଖାଶ୍ରୀ। ତେବେ ଏ ନେଇ ସ୍ୱାସ୍ଥ୍ୟ ବିଭାଗ କି ଶାସକ ଦଳର ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)