bjp-dama
ଭୁବନେଶ୍ୱର: ଗତକାଲି ବିଜେପିରେ ସାମିଲ ହୋଇ ଆଜି ଓଡ଼ିଶା ଫେରିବା ପରେ ଡାକ୍ତର ଦାମୋଦର ରାଉତଙ୍କୁ ଦଳ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ବିଜେପି ପାର୍ଟି ଅଫିସ ପର୍ଯ୍ୟନ୍ତ ଏକ ରାଲିରେ ତାଙ୍କୁ ନିଆଯାଇଥିଲା।
ତେବେ ସମ୍ଭର୍ଦ୍ଧନା ସଭାରେ ବିଜେପି ନେତା ଡାକ୍ତର ଦାମୋଦର ରାଉତ ନବୀନଙ୍କୁ ପ୍ରଶ୍ନ ପଚାରିଛନ୍ତି। ଚିରାଚରିତ ଭାବେ ସେ ନବୀନଙ୍କ ଉପରେ ବର୍ଷିବା ସହ ବିଜୁ କାହିଁକି ତାଙ୍କ ଘରକୁ ଯାଉ ନଥିଲେ ବୋଲି ପ୍ରଶ୍ନ ପଚାରିଛନ୍ତି। ୧୯୮୯ ମସିହା ପରଠାରୁ ବିଜୁ ବାବୁ ତାଙ୍କ ଦିଲ୍ଲୀ ଘରକୁ ଯାଉ ନଥିଲେ। ୨ ପୁଅ ଥିଲେ ବି ବିଜୁ ବାବୁ ମୃତ୍ୟୁ ପର୍ଯ୍ୟନ୍ତ ଘରକୁ ଗଲେନି।
ଏ ବିଷୟରେ ଓଡ଼ିଶାବାସୀ ନବୀନଙ୍କୁ ପଚାରିବା ଉଚିତ ବୋଲି ଦାମ କହିଛନ୍ତି। ସେହିପରି ବିଜୁଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ପୁଅଙ୍କୁ ଆସିବାକୁ କୁହାଯାଇଥିଲା। ତାଙ୍କ ପରିବାରରୁ କେହି ରାଜନୀତିକୁ ଆସିବେନି ବୋଲି ସେ କହିଥିଲେ। ଶେଷରେ କ’ଣ ହେଲା ଯେ ନବୀନ ଆସିଲେ ବୋଲି ଦାମ ପ୍ରଶ୍ନ ପଚାରିଛନ୍ତି।
ବିଜେଡି ଶାସନରେ ବଢୁଥିବା ଭ୍ରଷ୍ଟାଚାର, ଦୁଷ୍ମର୍ମ ଓ ଅଣ ଓଡିଆ ଅଫିସର ରାଜୁତିର ବାଣ ମାରିବାକୁ ବି ଭୁଲି ନାହାନ୍ତି ଦାମ। ରାଜ୍ୟରୁ ଭ୍ରଷ୍ଟାଚାର, ଦୁଷ୍କର୍ମ ଓ ଅଣଓଡିଆ ଅଫିସର ରାଜୁତିର କଥା କହି ଶାସନର ପରିବର୍ତ୍ତନ ଆଣିବାକୁ ଆହ୍ୱନ ଦେଇଛନ୍ତି ଦାମ। ଏହାସହ ନୀବନଙ୍କ ଶୈଳିରେ ‘ଆପଣମାନେ ଖୁସି ତ’ ବୋଲି କର୍ମୀ ଓ ସମର୍ଥକଙ୍କୁ ପଚାରିଥିଲେ।
ଦାମଙ୍କ ଟାର୍ଗେଟର ଉତ୍ତର ରଖିଛି ବିଜେଡି। ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, “ଦାମବାବୁ ନିଜେ କହିଥିଲେ, ଲୁଣି ପାଣିରେ ପଦ୍ମ ଫୁଟିବ ନାହିଁ। ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି।”
ଏପଟେ ପ୍ରାର୍ଥୀ ଚୟନ ନେଇ ଆଜି ପ୍ରଥମ ଥର ପାଇଁ ନିର୍ବାଚନ କମିଟି ବୈଠକରେ ମାନସମନ୍ଥନ କରିଛନ୍ତି ବିଜେପିର ତୁଙ୍ଗ ନେତା। ଆସନ୍ତାକାଲି ଦିଲ୍ଲୀରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସୁଥିବାରୁ ତା’ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକ ସଭା ଓ ୨୮ ବିଧାନସଭା ପାଇଁ କାହାକୁ କେଉଁଠୁ ପ୍ରାର୍ଥୀ କରାଯିବ ତାହା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ୨୮ ଆସନ ଭିତରୁ ଗତଥର ଦଳ ଦୁଇଟି ଆସନରେ ଜିତିଥିଲା। ତେବେ ଦ୍ୱନ୍ଦ୍ୱ ନଥିବା ଆସନରେ ଦଳ ପୂର୍ବରୁ ପ୍ରାର୍ଥୀ ହେବାକୁ ଥିବା ନେତାଙ୍କୁ ଗ୍ରୀନ ସିଗନାଲ ଦେଇସାରିଥିବା ବେଳେ ଏକାଧିକ ଆଶାୟୀ ଥିବା ସ୍ଥାନର ଅଙ୍କ ଛିଡାଇବା ପାଇଁ ମାରାଥନ କସରତ କରିଛନ୍ତି ନେତା।
ଅନ୍ୟପକ୍ଷରେ ନିଜ ସପକ୍ଷରେ ଲବି ପାଇଁ ବିଜେପି ଦଳୀୟ କାର୍ଯ୍ୟାଳୟରେ ଆଶାୟୀ ପ୍ରାର୍ଥୀ ସମର୍ଥକଙ୍କ ସହ ଭିଡ଼ ଜମାଉଛନ୍ତି। ଏପରିକି ସିଟିଂ ବିଧାୟକଙ୍କୁ ଟିକେଟ୍ ନଦେଇ ନୂଆମୁହଁଙ୍କୁ ସୁଯୋଗ ଦେବାକୁ ଗତକାଲି ଗୋଟିଏ ଗୋଷ୍ଠୀ ରାଜ୍ୟ କାର୍ଯ୍ୟାଳୟରେ ନାରାବାଜି ବି କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bjp-dama-789_1626758070.jpg)