Advertisment

Puri Rath Yatra 2020:ରଥଯାତ୍ରା ବନ୍ଦ ପ୍ରସଙ୍ଗ- ବିଜେପି ନେତା ବିଜୟଙ୍କ ସରକାରଙ୍କୁ କଡ଼ା ସମାଲୋଚନା, କାନ୍ଦି ପକାଇଲେ ସୁର

ପୁରୀ: ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଗତକାଲିର ଦିନ ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ। ଯାହା ଆଶଙ୍କା ହେଉଥିଲା ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି। ଶେଷରେ ସେମାନେ ସଫଳ ହେଲେ ବୋଲି ବିଜୟ କହିଛନ୍ତି। ସ୍ନାନଯାତ୍ରା ଠାରୁ ଆଜି ଯାଏ କଟକଣା ଭିତରେ ନୀତିକାନ୍ତି ହୋଇଛି। ଏବେ ସୁପ୍ରିମକୋର୍ଟଙ୍କ ରାୟ ସମସ୍ତେ ମାନିବେ। କିନ୍ତୁ ରାଜ୍ୟ ସରକାର ସଂଦେହ ଘେରରେ ରହିଲେ। […]

author-image
Abinash Pati
Puri Rath Yatra 2020:ରଥଯାତ୍ରା ବନ୍ଦ ପ୍ରସଙ୍ଗ- ବିଜେପି ନେତା ବିଜୟଙ୍କ ସରକାରଙ୍କୁ କଡ଼ା ସମାଲୋଚନା, କାନ୍ଦି ପକାଇଲେ ସୁର

sura-routray

ପୁରୀ: ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଗତକାଲିର ଦିନ ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ। ଯାହା ଆଶଙ୍କା ହେଉଥିଲା ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି। ଶେଷରେ ସେମାନେ ସଫଳ ହେଲେ ବୋଲି ବିଜୟ କହିଛନ୍ତି।

Advertisment

ସ୍ନାନଯାତ୍ରା ଠାରୁ ଆଜି ଯାଏ କଟକଣା ଭିତରେ ନୀତିକାନ୍ତି ହୋଇଛି। ଏବେ ସୁପ୍ରିମକୋର୍ଟଙ୍କ ରାୟ ସମସ୍ତେ ମାନିବେ। କିନ୍ତୁ ରାଜ୍ୟ ସରକାର ସଂଦେହ ଘେରରେ ରହିଲେ। ରଥଯାତ୍ରା କରିବାକୁ ସରକାରଙ୍କ ଆନ୍ତରିକତା ନଥିଲା ବୋଲି ବିଜୟ ଅଭିଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଲୋକ ସମାଗମ ହେବେନି ବୋଲି ସତ୍ୟପାଠ ଦିଆଯାଇପାରିଥାନ୍ତା। କିନ୍ତୁ ସରକାର ସେଭଳି ଯୁକ୍ତି କଲେନି। କୋର୍ଟରେ ସରକାର ପଦେ କଥା ବି କହିଲେନି। ଏହା ସବୁଦିନ ପାଇଁ ଏକ କଳଙ୍କିତ ଘଟଣା ହୋଇ ରହିବ ବୋଲି ବିଜୟ କହିଛନ୍ତି।

Advertisment

ରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ମଧ୍ୟ ରଥଯାତ୍ରା ବନ୍ଦ ନେଇ ସିଧା ସିଧା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୁପ୍ରିମକୋର୍ଟ ଜରିଆରେ ରଥଯାତ୍ରା ବନ୍ଦ କରିଦିଆଗଲା ବୋଲି କହି କାନ୍ଦି ପକାଇଛନ୍ତି ସୁର। ଏଥିପାଇଁ ମହାପ୍ରଭୁ କାହାକୁ କ୍ଷମା କରିବେ ନାହିଁ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ତେବେ ବିଜେପି ଓ କଂଗ୍ରେସର ଅଭିଯୋଗ ଉପରେ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ୟପଟେ ରଥଯାତ୍ର ବନ୍ଦ ନେଇ ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଥିଲା ଜଗନ୍ନାଥ ସେନା। ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟର ସରକାରୀ ବିରୋଧି ନାରା ଶୁଣିବାକୁ ମିଳୁଛି। ବରିଧୀଙ୍କ ଠାରୁ ଆରମ୍ଭ କରି ସେବାୟତ ସମସ୍ତଙ୍କର ଗୋଟିଏ ଅଭିଯୋଗ ଯେ ଜାଣି ଜାଣି ରଥଯାତ୍ରାକୁ ବନ୍ଦ କରିଦିଆଯାଇଛି।

ସୂଚନା ଥାଉକି, ଗତକାଲି ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରଥଯାତ୍ର ବନ୍ଦ ନେଇ ରାୟ ଶୁଣାଇଥିଲେ। ଖଣ୍ଡପୀଠ କହିଥିଲେ, ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି। ରଥଯାତ୍ରା ପାଇଁ ଅନୁମତି ଦେଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେନି। ଏଥିସହିତ ଓଡ଼ିଶାର କୌଣସି ସ୍ଥାନରେ ବି ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହାପରେ ବାରିପଦା, କେନ୍ଦ୍ରାପଡ଼ା ଓ କୋରାପୁଟ୍‌ର ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ କରିଦିଆଯାଇଛି।

Puri Rath Yatra 2020 Puri Rath Yatra 2020 Update Puri Rath Yatra News In Odia
Advertisment
Advertisment