Advertisment

୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର:  ଆଜି ବିଜେପି ଆଉ ୧୧ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆନନ୍ଦପୁରରୁ ଆଲୋକ ସେଠୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ରାଇରଙ୍ଗପୁରରୁ ନବଚରଣ ମାଝୀ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ର ଓ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ନୀଳଗିରିର ବିଧାୟକ ସୁକାନ୍ତ ନାୟକଙ୍କୁ ସେହି ଆସନରୁ ହିଁ ଦଳ ପ୍ରାର୍ଥୀ କରିଛି। ସେହିପରି  ଆଠମଲ୍ଲିକରୁ ଭାଗିରଥୀ ପ୍ରଧାନ, ବାଙ୍କୀରୁ ଶୁଭ୍ରାଂଶୁ ଶେଖର ପାଢ଼ୀ, ଆଠଗଡ଼ରୁ ବ୍ରଜେନ୍ଦ୍ର ରାୟଙ୍କୁ ବିଜେପି ପ୍ରାର୍ଥୀ କରିଛି। ସବୁଠାରୁ ବଡ଼ […]

author-image
Jyotsnamayee Pradhan
୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

bijaya

ଭୁବନେଶ୍ୱର:  ଆଜି ବିଜେପି ଆଉ ୧୧ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆନନ୍ଦପୁରରୁ ଆଲୋକ ସେଠୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ରାଇରଙ୍ଗପୁରରୁ ନବଚରଣ ମାଝୀ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ର ଓ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ନୀଳଗିରିର ବିଧାୟକ ସୁକାନ୍ତ ନାୟକଙ୍କୁ ସେହି ଆସନରୁ ହିଁ ଦଳ ପ୍ରାର୍ଥୀ କରିଛି।

Advertisment

ସେହିପରି  ଆଠମଲ୍ଲିକରୁ ଭାଗିରଥୀ ପ୍ରଧାନ, ବାଙ୍କୀରୁ ଶୁଭ୍ରାଂଶୁ ଶେଖର ପାଢ଼ୀ, ଆଠଗଡ଼ରୁ ବ୍ରଜେନ୍ଦ୍ର ରାୟଙ୍କୁ ବିଜେପି ପ୍ରାର୍ଥୀ କରିଛି।

ସବୁଠାରୁ ବଡ଼ କଥା ହେଲା ଦଳକୁ ଫେରିଥିବା ହାଇପ୍ରୋଫାଇଲ୍‌ ବିଜୟ ମହାପାତ୍ରଙ୍କୁ ପାଟକୁରାରୁ ପ୍ରାର୍ଥୀ କରାଯାଇଛି। ମହାକାଳପଡ଼ାରୁ ପ୍ରାର୍ଥୀ ହେବେ ବିଜୟ ପ୍ରଧାନ। ବିଜେଡି ଛାଡ଼ିଥିବା ଜୟନ୍ତ ଷଡ଼ଙ୍ଗୀଙ୍କୁ ପୁରୀରୁ ପ୍ରାର୍ଥୀ କରାଯାଇଥିବା ବେଳେ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଭୁବନେଶ୍ୱର ଉତ୍ତରରୁ ବିଜେପି ପ୍ରାର୍ଥୀ କରିଛି।

Advertisment
Advertisment
Advertisment