/odishatv-khabar/media/post_attachments/uploadimage/library/16_9/16_9_0/bjp-1_1625359382.jpg)
bjp
ଭଦ୍ରକ: ଭଦ୍ରକ ଚାନ୍ଦବାଲି ବ୍ଲକରେ ଅଙ୍ଗନୱାଡ଼ି ଖାଦ୍ୟ ଯୋଗାଣରେ ବ୍ୟାପକ ଅନିୟମିତତା ଅଭିଯୋଗ। ପ୍ରେସମିଟ୍ କରି ଏଭଳି ଅଭିଯୋଗ କରିଛି ବିଜେପି। ଗର୍ଭବତୀ ଓ ଶିଶୁଙ୍କ ଖାଦ୍ୟ ପାଇଁ ଆସୁଥିବା ଟଙ୍କା ହଡ଼ପ କରାଯାଉଛି। ଏହି ଟଙ୍କା ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଶିଶୁ, ଗର୍ଭବତୀ ମହିଳାମାନଙ୍କ ପୃଷ୍ଟି ସାଧନ ନିମନ୍ତେ ଛତୁଆ, ସୁଜି, ଅଣ୍ଡା ସମେତ ବିଭିନ୍ନ ପୃଷ୍ଟି କର ଖାଦ୍ୟ ଦେଉଛନ୍ତି। କିନ୍ତୁ ଏହି ପୃଷ୍ଟି ସାଧନ ପାଇଁ ଆସୁଥିବା ଟଙ୍କାକୁ ବାଟମାରଣା କରାଯାଉଛି।
ଏମିତିକି ଗର୍ଭବତୀ ଓ ଶିଶୁଙ୍କୁ ନିମ୍ନମାନର ଓ କମ ପରିମାଣର ଖାଦ୍ୟ ଦିଆଯାଉଛି। ଏହାଦ୍ୱାର ଶିଶୁ ଓ ମହିଳା ଅପପୁଷ୍ଟିର ଶିକାର ହେଉଛନ୍ତି। ସରକାରୀ ନିୟମ ଅନୁଯାୟୀ ପ୍ରସୂତିଙ୍କୁ ୪ କିଲୋ ୪ଶହ ଗ୍ରାମ ଛତୁଆ ଦେବା ବ୍ୟବସ୍ଥା ଥିବା ବେଳେ ଚାନ୍ଦବାଲିରେ ୩ କିଲୋ ୫ ଶହ ଗ୍ରାମ ଛତୁଆ ଦିଆଯାଉଥିବା ବିଜେପି କହିଛି।
ଛତୁଆ ବାଟମାରଣା କରି ଲୋକଙ୍କୁ କମ ପରିମାଣରେ ଯୋଗାଉଥିବା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯଦି ଏହାର ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ, ତାହେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ତେବେ ବିଜେପିର ଏଭଳି ଅଭିଯୋଗ ଉପରେ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)