Advertisment

ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର : ଦୁଇଦିନ ଧରି ବିଭିନ୍ନ ସ୍ତରରେ ବିଚାରବିମର୍ଶ ପରେ ରାଜ୍ୟ ବିଜେପି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ଦଳର ୩୬ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ କେବଳ ୩୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଥିବାବେଳେ ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଂଗଠନକୁ ନେଇ ଅଡ଼ୁଆ ଲାଗି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲଙ୍କ ଅନୁୂମୋଦନ ପରେ ଦଳର ରାଜ୍ୟ ସହନିର୍ବାଚନ ଅଧିକାରୀ ସୁଦୀପ୍ତ ରାଏ କହିଛନ୍ତି ଯେ, ଓଡ଼ିଶା […]

author-image
Pradesh Pratyush
ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

bjp

ଭୁବନେଶ୍ୱର : ଦୁଇଦିନ ଧରି ବିଭିନ୍ନ ସ୍ତରରେ ବିଚାରବିମର୍ଶ ପରେ ରାଜ୍ୟ ବିଜେପି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ଦଳର ୩୬ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ କେବଳ ୩୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଥିବାବେଳେ ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଂଗଠନକୁ ନେଇ ଅଡ଼ୁଆ ଲାଗି ରହିଛି।

Advertisment

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲଙ୍କ ଅନୁୂମୋଦନ ପରେ ଦଳର ରାଜ୍ୟ ସହନିର୍ବାଚନ ଅଧିକାରୀ ସୁଦୀପ୍ତ ରାଏ କହିଛନ୍ତି ଯେ, ଓଡ଼ିଶା ପ୍ରଦେଶର ଜିଲ୍ଲା ସଭାପତି ନିର୍ବାଚନ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ମଣ୍ଡଳସ୍ତରର ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରିଥିଲେ।

ଜିଲ୍ଲା ସଭାପତିମାନେ ହେଲେ ଅନୁଗୁଳ – ଦିଲେଶ୍ୱର ପ୍ରଧାନ, ଢେଙ୍କାନାଳ- ନରେଶ ମହାପାତ୍ର, କଟକ ନଗର-ଲଲାତେନ୍ଦୁ ବଡୁ, କଟକ ସଦର- ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଜଗତସିଂହପୁର- ସତ୍ୟବ୍ରତ ମହାପାତ୍ର, କେନ୍ଦ୍ରାପଡ଼ା- କିଶୋର ପଣ୍ଡା, ଯାଜପୁର- ଗୌତମ ରାୟ, ଭଦ୍ରକ- ହେମନ୍ତ ପାଢୀ, ବାଲେଶ୍ୱର- ଉମାକାନ୍ତ ମହାପାତ୍ର, ବାରିପଦା- ପୂର୍ବତନ ବିଧାୟକ କାନ୍ଦରା ସୋରେନ, ରାଇରଙ୍ଗପୁର- ବିଧାୟକ ନବଚରଣ ମାଝୀ, କେନ୍ଦୁଝର- ଅଂଶୁମାନ ସବୁଜ ମହନ୍ତ ବର୍ମା, ସୁନ୍ଦରଗଡ(ବଣାଇ)- ଅନୀଲ ବାର୍ଲା, ସୁନ୍ଦରଗଡ଼ (ପାନପୋଷ)- ଲତିକା ପଟ୍ଟନାୟକ, ସୁନ୍ଦରଗଡ଼- ବିଧାୟକ ଭବାନୀ ଭୋଇ, ଝାରସୁଗୁଡ଼ା- ମଙ୍ଗଳ ସାହୁ, ଦେବଗଡ଼- ମୀନ କେତନ ପ୍ରଧାନ, ସମ୍ବଲପୁର- ଗିରିଶ ପଟେଲ, ବରଗଡ଼- ଅଶ୍ୱନୀ ଷଡ଼ଙ୍ଗୀ, ବୌଦ୍ଧ- ବିପ୍ର ଚରଣ ମହାନ୍ତି, ସୁବର୍ଣ୍ଣପୁର- ପ୍ରମୋଦ ମହାପାତ୍ର, ବଲାଙ୍ଗୀର- ଶିବାଜୀ ମହାନ୍ତି, ନୂଆପଡ଼ା- ସୁବ୍ରତ ଠାକୁର, କନ୍ଧମାଳ- ଜଗନ୍ନାଥ ସାହୁ, ନବରଙ୍ଗପୁର- ଜଗଦୀଶ ବିଶୋଇ, କୋରାପୁଟ- ସୁମନ୍ତ ପ୍ରଧାନ, ମାଲକାନଗିରି- ବିଧାୟକ ଆଦିତ୍ୟ ମାଢ଼ୀ, ରାୟଗଡ଼ା- ଶିବ ପଟ୍ଟନାୟକ, ଗଜପତି- ବିଧାୟକ କେ. ନାରାୟଣ ରାଓ, ଗଞ୍ଜାମ-ବିଭୂତି ଜେନା, ଗୁମୁସର- ଗୋକୁଳାନନ୍ଦ ମଲ୍ଲିକ, ନୟାଗଡ଼-ଲାଲା ମନୋଜ ରାୟ, ଖୋର୍ଦ୍ଧା- ରଶ୍ମିରଞ୍ଜନ ମହାପାତ୍ର, ପୁରୀ- ଆଶ୍ରିତ ପଟ୍ଟନାୟକ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି।

Advertisment

ଭୁବନେଶ୍ୱର ଓ କଳହାଣ୍ଡି ଜିଲ୍ଲା ସଭାପତି ପାଇଁ ଜିଲ୍ଲାର ନେତମାନଙ୍କ ମଧ୍ୟରେ ସହମତି ହୋଇପାରିନଥିବାରୁ ପରବର୍ତ୍ତୀ ସମୟରେ ସେମାନଙ୍କର ନାଁ ପ୍ରକାଶ ପାଇବ ବୋଲି ଦଳ ସୂତ୍ରରୁ ସୂଚନା ମିଳିଛି।

Advertisment
Advertisment