Advertisment

ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବଢ଼ି ଚାଲିଛି ରାଜନୈତିକ ଆକ୍ରୋଶ

ଭୁବନେଶ୍ୱର: ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବଢ଼ି ଚାଲିଛି ରାଜନୈତିକ ଆକ୍ରୋଶ। ଗତକାଲି ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ଗସ୍ତ ପୂର୍ବରୁ ଶୋଳଶଳା ଗାଁରେ ବିଜେଡି କର୍ମୀ ଗୁଣ୍ଡାରାଜ କରିଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଯିବା ବାଟରେ ବିଜେପିର ପୋଷ୍ଟର ରହିବ ନାହିଁ ବୋଲି କହି ବନ୍ଧୁକ ଦେଖାଇ ଏହାକୁ ଚିରିବା ସହ ନବୀନଙ୍କୁ ଭୋଟ୍ ନଦେଲେ ମୁଣ୍ଡ ଗଡ଼ିବ ବୋଲି ବିଜେଡି ସମର୍ଥକ ଧମକାଇଥିବା ଧବଳପୁର ମଣ୍ଡଳ ବିଜେପି ସଭାପତି ସଞ୍ଜୟ ପ୍ରଧାନ […]

author-image
Jyotsnamayee Pradhan
ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବଢ଼ି ଚାଲିଛି ରାଜନୈତିକ ଆକ୍ରୋଶ

hinjili

ଭୁବନେଶ୍ୱର: ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବଢ଼ି ଚାଲିଛି ରାଜନୈତିକ ଆକ୍ରୋଶ। ଗତକାଲି ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ଗସ୍ତ ପୂର୍ବରୁ ଶୋଳଶଳା ଗାଁରେ ବିଜେଡି କର୍ମୀ ଗୁଣ୍ଡାରାଜ କରିଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଯିବା ବାଟରେ ବିଜେପିର ପୋଷ୍ଟର ରହିବ ନାହିଁ ବୋଲି କହି ବନ୍ଧୁକ ଦେଖାଇ ଏହାକୁ ଚିରିବା ସହ ନବୀନଙ୍କୁ ଭୋଟ୍ ନଦେଲେ ମୁଣ୍ଡ ଗଡ଼ିବ ବୋଲି ବିଜେଡି ସମର୍ଥକ ଧମକାଇଥିବା ଧବଳପୁର ମଣ୍ଡଳ ବିଜେପି ସଭାପତି ସଞ୍ଜୟ ପ୍ରଧାନ ଶେରଗଡ଼ ଥାନାରେ ଲିଖିତ ଏତଲା ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍ ଓ ଏସଟିଏଫ୍ ଡିଆଇଜି ଆଶିଷ ସିଂ ଓ ବରିଷ୍ଠ ପୁଲିସ୍‌ ଅଧିକାରୀ ଡି.ଏସ୍.କୁଟ୍ଟେଙ୍କ ପ୍ରରୋଚନାରେ ଏସବୁ କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

ତେବେ ସଞ୍ଜୟ ପ୍ରଥମେ ଏନେଇ ଥାନାରେ ଅଭିଯୋଗ ପାଇଁ ଯାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନଥିଲେ। ପରେ ସେଠାକାର ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ସାଢ଼େ ୩ଘଣ୍ଟା ଧରି ଥାନାରେ ରହି ଏଫଆଇଆର୍ ରଖିବା ପାଇଁ ଅଡ଼ି ବସିଥିଲେ। ଶେଷରେ ପୁଲିସ୍ ମାମଲା ରୁଜୁ କରିଥିଲା।

Advertisment

ଆଇପିସିର ଧାରା ୧୪୭, ୧୪୮, ୨୯୪ ଓ ୪୨୭, ୫୦୬, ୧୪୯ ଓ ଆର୍ମସ ଆକ୍ଟର ୨୫ ଓ ୨୭ ଅନୁସାରେ ଶେରଗଡ଼ ଥାନାରେ ଏ ସମ୍ପର୍କରେ କେସ୍ ନମ୍ବର ୩୨ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକ ଓରଫ ପିଣ୍ଟୁ, ରବୀନ୍ଦ୍ର ଗୌଡ଼ ଓରଫ କାଳିଆ ଓ ଅନ୍ୟ ୭ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

Advertisment
Advertisment