Advertisment

ବିଜୁ ଜୟନ୍ତୀରେ ନବୀନ ଖେଳିଲେ ବିକାଶ କାର୍ଡ

ଭୁବନେଶ୍ୱର: ବିଜୁ ଜୟନ୍ତୀ ପାଳନ ଅବସରରେ ବିଜେଡିର ବ୍ୟାପକ ଆୟୋଜନ। ନିର୍ବାଚନ ମଣ୍ଡଳୀରୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି ଧୁମଧାମରେ ପାଳିତ ହୋଇଛି ବିଜୁବାବୁଙ୍କ ୧୦୫ ତମ ଜନ୍ମ ଦିନ। ଏହି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିଲା ସାଇକେଲ୍ ଶୋଭାଯାତ୍ରା। କଟକ ଆନନ୍ଦ ଭବନଠାରୁ-ବିଜୁ ପଟ୍ଟନାୟକ ଏୟାରପୋର୍ଟ ଯାଏଁ ସାଇକଲରେ ଆସିଥିଲେ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା। ଏଣେ ଫରେଷ୍ଟ ପାର୍କରେ ବିଜୁ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିିଥିଲେ ବିଜେଡି […]

author-image
Sarbeswar
ବିଜୁ ଜୟନ୍ତୀରେ ନବୀନ ଖେଳିଲେ ବିକାଶ କାର୍ଡ

Biju-Jayanti

ଭୁବନେଶ୍ୱର: ବିଜୁ ଜୟନ୍ତୀ ପାଳନ ଅବସରରେ ବିଜେଡିର ବ୍ୟାପକ ଆୟୋଜନ। ନିର୍ବାଚନ ମଣ୍ଡଳୀରୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି ଧୁମଧାମରେ ପାଳିତ ହୋଇଛି ବିଜୁବାବୁଙ୍କ ୧୦୫ ତମ ଜନ୍ମ ଦିନ। ଏହି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିଲା ସାଇକେଲ୍ ଶୋଭାଯାତ୍ରା। କଟକ ଆନନ୍ଦ ଭବନଠାରୁ-ବିଜୁ ପଟ୍ଟନାୟକ ଏୟାରପୋର୍ଟ ଯାଏଁ ସାଇକଲରେ ଆସିଥିଲେ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା। ଏଣେ ଫରେଷ୍ଟ ପାର୍କରେ ବିଜୁ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିିଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ସେହିପରି ବିଜେଡି ମୁଖ୍ୟାଳୟରେ ବିଜୁ ଜୟନ୍ତି ପାଳିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଉତ୍ସବରେ ସାମିଲ ହେବା ସହ ବଖାଣିଥିଲେ ନିଜ ସଫଳତାର କାହାଣୀ। କହିଥିଲେ ଗାଁରେ କଚ୍ଚା ଘର ପକ୍କା ହୋଇଛି, ସବୁ ଘରେ ପିଇବା ପାଣି ଓ ବିଜୁଳି ପହଞ୍ଚଛି, ମିଶନଶକ୍ତିରେ ମହିଳାଙ୍କ ସଶକ୍ତିକରଣ କରାଯାଇଛି, ସରକାରୀ ସ୍କୁଲର ପଢୁଥିବା ପିଲା ଓ କ୍ରୀଡାବିତଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି କରିଛନ୍ତି ସରକାର। ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଗାଁରେ ଥିବା କଚ୍ଚା ଘର ପକ୍କା ହୋଇପାରିଛି। ପ୍ରତି ଘରକୁ ପାଇପ୍‌ ଯୋଗେ ପାଣି ଆସିବାର ବ୍ୟବସ୍ଥା କରାଯାଇଛି। ଅନେକ ସୁବିଧା ନିଜ ଘରେ ପାଉଥିବାରୁ ଗାଁ ଲୋକ ଖୁସୀରେ ଅଛନ୍ତି। ଆଉ ଏହା ହିଁ ଆମ ଲାଗି ବହୁତ ବଡ଼ କଥା ବୋଲି ନବୀନ କହିଛନ୍ତି।

Advertisment

ସେପଟେ ବିଜେପି ରାଜ୍ୟ ସଭାପତି କହିଛନ୍ତି ଯେ, ଆପଣ ଯେଉଁ ଲାଇଟ୍‌ ଦେଖୁଛନ୍ତି ତାହା ମୋଦିଙ୍କର, ଯେଉଁ ପକ୍କା ଘର ହୋଇଛି ତାହା କେନ୍ଦ୍ର ସରକାରଙ୍କର। ମୋଦି ଟଙ୍କା ପଠାଉଛନ୍ତି କିନ୍ତୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି।

ଆଉ କଂଗ୍ରେସ ନେତା ତାରାପ୍ରସାଦ ବାହୀନିପତି କହିଛନ୍ତି ଯେ, ନବୀନ ବାବୁ ମାଆକୁ ବହୁତ ଭଲପାଆନ୍ତି। ସେଥିପାଇଁ ରାଜ୍ୟରେ ପ୍ରତିଦିନ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି। ଏ ବହୁତ ସମ୍ମାନର କଥା ବୋଲି କଟାକ୍ଷ କରିଛନ୍ତି ତାରା।

ଏପଟେ ନବୀନ ଦେଖାଇଥିବା ବିକାଶର ଚିତ୍ରକୁ ସମାଲୋଚାନ କରିଛନ୍ତିି ବିଜେପି ଓ କଂଗ୍ରେସ। ଗାଁରେ ହୋଇଥିବା ସବୁ କିଛି ବିକାଶ ମୋଦି ସରକାର ଟଙ୍କାରେ ହୋଇଛି ବୋଲି କହିଛି ବିଜେପି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ଉଜ୍ୱଳା ଯୋଜନାରୁ ଗାଁର ଚିତ୍ର ବଦଳିଥିବା ଦଳର ରାଜ୍ୟ ସଭାପତି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ପଞ୍ଚାୟତର ବିକାଶ ଲାଗି ଆସୁଥିବା କେନ୍ଦ୍ରୀୟ ଅନୁଦାନ ବି ଖର୍ଚ୍ଚ ହୋଇପାରୁନଥିବା ଅଭିଯୋଗ କରିଛି ବିଜେପି।

୨୦୧୫ରୁ ୨୦ ଭିତରେ ପ୍ରତ୍ୟେକ ପଂଚାୟତକୁ ୨ରୁ ୫ କୋଟି ଟଙ୍କା ଆସିଥିଲେ ବି ତାହା ଖର୍ଚ୍ଚ ହୋଇପାରିନଥିବା ପଞ୍ଚାୟତିରାଜ ସଚିବଙ୍କ ଚିଠି ଦେଖାଇ ବର୍ଷିଥିଲେ ରାଜ୍ୟ ସଭାପତି ସମୀର ମହାନ୍ତି। ସେହିପରି ରାଜ୍ୟ ବିକାଶ ପ୍ରସଙ୍ଗକୁ ନେଇ ବି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ।

ବିଭିନ୍ନ ସମୟରେ ଓଡିଆ ଅସ୍ଣିତା କାର୍ଡ ଖେଳି ରାଜ୍ୟବାସୀଙ୍କ ମନ ଜିତିବାକୁ ଉଦ୍ୟମ କରୁଥିବା ମୁଖ୍ୟମନ୍ତ୍ରୀ ଏବେ ବିକାଶ କାର୍ଡ ଖେଳିଛନ୍ତି। ତେବେ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଗାଁ ବିକାଶ କଥା କହି ଗ୍ରାମାଞ୍ଚଳ ଭୋଟ ବ୍ୟାଙ୍କକୁ ବିଜେଡି ରଣନୀତି ଆଧାରରେ ମଜଭୁତ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।

Advertisment
Advertisment