Advertisment

ଆଜି ଘୋଷଣା ହୋଇପାରେ ବିଜେଡିର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆଜି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ଏଥିପାଇଁ ସବୁ କସରତ ଶେଷ ହୋଇଛି। ଦଳର ବରିଷ୍ଠ ନେତାଙ୍କ ସହ ମାରାଥନ ବୈଠକ ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି। ତେବେ ପ୍ରଥମ ପର୍ଯ୍ୟାୟ ସହ ଦ୍ୱିତୀୟ ପର୍ଯ୍ୟାୟର କିଛି ପ୍ରାର୍ଥୀ ଘୋଷଣା ହୋଇପାରେ। ହେଲେ ଆଜି ଦିଲୀପ ରାୟ ବିଜେଡିରେ ମିଶିବା ସମ୍ଭାବନା ରହିଛି। ଗତ ଶନିବାର ସନ୍ଧ୍ୟାରେ ଦିଲ୍ଲୀପ ରାୟ […]

ଆଜି ଘୋଷଣା ହୋଇପାରେ ବିଜେଡିର ପ୍ରାର୍ଥୀ ତାଲିକା

BJD

Advertisment

ଭୁବନେଶ୍ୱର: ଆଜି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ଏଥିପାଇଁ ସବୁ କସରତ ଶେଷ ହୋଇଛି। ଦଳର ବରିଷ୍ଠ ନେତାଙ୍କ ସହ ମାରାଥନ ବୈଠକ ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି।

Advertisment

ତେବେ ପ୍ରଥମ ପର୍ଯ୍ୟାୟ ସହ ଦ୍ୱିତୀୟ ପର୍ଯ୍ୟାୟର କିଛି ପ୍ରାର୍ଥୀ ଘୋଷଣା ହୋଇପାରେ। ହେଲେ ଆଜି ଦିଲୀପ ରାୟ ବିଜେଡିରେ ମିଶିବା ସମ୍ଭାବନା ରହିଛି। ଗତ ଶନିବାର ସନ୍ଧ୍ୟାରେ ଦିଲ୍ଲୀପ ରାୟ ନବୀନ ନିବାସ ଯାଇ ଆଲୋଚନା କରି ଫେରି ଯାଇଥିଲେ। ଏହା ପରେ ଦିଲ୍ଲୀପ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏନେଇ ଦିଲ୍ଲୀପ କିମ୍ବା ବିଜେଡି ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ।

ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ, ଗତବର୍ଷ ନଭେମ୍ବରରେ ବିଜେପିରୁ ଇସ୍ତଫା ଦେବା ସହ ରାଉରକେଲା ବିଧାୟକ ପଦ ମଧ୍ୟ ଛାଡ଼ିଥିଲେ। ତା’ପରେ ସେ କେଉଁ ଦଳକୁ ଯିବେ ସେ ନେଇ ଚର୍ଚ୍ଚା ଲାଗି ରହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ