Advertisment

ଆକାଶଙ୍କ ସହିତ ଚାର୍ଟର ଫ୍ଲାଇଟରେ ଉଡ଼ିଥିଲେ ଅରୂପ !

ଭୁବନେଶ୍ୱର: IFS ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହିତ ଚାର୍ଟର ଫ୍ଲାଇଟରେ ଉଡ଼ିଥିଲେ ବିଜେଡି ନେତା ଅରୂପ ପଟ୍ଟନାୟକ। ଏହି ଅଭିଯୋଗ ଆଣିଛନ୍ତି ବିଜେଡିରୁ ବହିଷ୍କୃତ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ସେ କହିଛନ୍ତି, ଗତ ଜୁଲାଇ ୧୧ ତାରିଖରେ ଆକାଶଙ୍କ ସହିତ ଅରୂପ ପଟ୍ଟନାୟକ ଚାର୍ଟର ଫ୍ଲାଇଟରେ ପୁଣେ ଯାଇଥିଲେ। ସେଠାରେ ଆକାଶଙ୍କୁ ଡ୍ରପ କରି ପୁଣେରୁ ମୁମ୍ବାଇ ଯାଇଥିଲେ ଅରୂପ। ସୁଜାତା ପ୍ରଶ୍ନ କରିଛନ୍ତି ଯଦି ପ୍ରଦୀପ ପାଣିଗ୍ରାହୀ ଚାର୍ଟର […]

author-image
Chandan Shishu
ଅଦ୍ୟତନ ହୋଇଛି
ଆକାଶଙ୍କ ସହିତ ଚାର୍ଟର ଫ୍ଲାଇଟରେ ଉଡ଼ିଥିଲେ ଅରୂପ !

pathak-babu

ଭୁବନେଶ୍ୱର: IFS ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହିତ ଚାର୍ଟର ଫ୍ଲାଇଟରେ ଉଡ଼ିଥିଲେ ବିଜେଡି ନେତା ଅରୂପ ପଟ୍ଟନାୟକ। ଏହି ଅଭିଯୋଗ ଆଣିଛନ୍ତି ବିଜେଡିରୁ ବହିଷ୍କୃତ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ସେ କହିଛନ୍ତି, ଗତ ଜୁଲାଇ ୧୧ ତାରିଖରେ ଆକାଶଙ୍କ ସହିତ ଅରୂପ ପଟ୍ଟନାୟକ ଚାର୍ଟର ଫ୍ଲାଇଟରେ ପୁଣେ ଯାଇଥିଲେ। ସେଠାରେ ଆକାଶଙ୍କୁ ଡ୍ରପ କରି ପୁଣେରୁ ମୁମ୍ବାଇ ଯାଇଥିଲେ ଅରୂପ।

Advertisment

ସୁଜାତା ପ୍ରଶ୍ନ କରିଛନ୍ତି ଯଦି ପ୍ରଦୀପ ପାଣିଗ୍ରାହୀ ଚାର୍ଟର ଫ୍ଳାଇଟ୍‌ରେ ଯିବା ଜନବିରୋଧୀ, ଅରୂପଙ୍କ ଚାର୍ଟର ଫ୍ଲାଇଟ୍‌ରେ ଯିବା ଜନବିରୋଧୀ ନୁହେଁ କି? ନା ବିଜେଡିରୁ ପ୍ରଦୀପଙ୍କୁ ବାହାର କରାଯିବା ପରେ କେବଳ ସେ ଜନବିରୋଧୀ ହୋଇଗଲେ।

ଏହା ସହିତ ଝିଅ ବାହାଘରକୁ ନେଇ ବିଜେଡିର ପ୍ରତାପ ଦେବ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାକୁ ମଧ୍ୟ ନିନ୍ଦା କରିଛନ୍ତି ସୁଜାତା। ସେ କହିଛନ୍ତି, ଆକାଶ ପାଠକଙ୍କ ବାପା ଅଭୟ ପାଠକ ଲାଞ୍ଚ ନେଇ ରେଡ୍ ହେଣ୍ଡେଡ୍ ଧରା ପଡ଼ି ନଥିଲେ। ଯେଉଁ ସବୁ ଘଟଣା ଘଟିଲା ତାହା ମାସେ ଆଗରୁ କିମ୍ବା ମାସେ ପରେ ବି ହୋଇପାରିଥାନ୍ତା କିନ୍ତୁ ଝିଅର ବାହାଘର ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା।

Advertisment

ବିରୋଧରେ ମଧ୍ୟ ଷଡ଼ଯନ୍ତ୍ର ହୋଇଥିଲା।  ରାଜନୈତିକ ଶତ୍ରୁତା ଓ ଇଗୋ କ୍ଲାସ୍‌କୁ ପାରିବାରିକ କରାଯାଇଛି। ଯେଉଁ ଗୋଷ୍ଠୀ ପ୍ରଦୀପଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି ସେ ନେଇ ତାଙ୍କ ପାଖରେ ପ୍ରମାଣ ଅଛି ଓ ସମୟ ଆସିଲେ ତାହା ଦେବେ ବୋଲି କହିଛନ୍ତି ସୁଜାତା। ଚାର୍ଚର ଫ୍ଲାଇଟରେ ଅରୁପଙ୍କ ଗସ୍ତ ଓ ସୁଜାତାଙ୍କ ଅଭିଯୋଗ ନେଇ ଅରୁପ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

Advertisment
Advertisment