Advertisment

ଆଜି ପଞ୍ଚାୟତରାଜ ଦିବସ; ସ୍କୁଲ୍‌, କଲେଜ ଛୁଟି

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ। ଏହି ଅବସରରେ ବିଜେଡି ପକ୍ଷରୁ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କଟକ ସ୍ଥିତ ଆନନ୍ଦ ଭବନରୁ ଏକ ସାଇକେଲ ଶୋଭାଯାତ୍ରା ଭୁବନେଶ୍ୱର ବିମାନବନ୍ଦର ଯାଏ ବାହାରିଛି। ଏଥିରେ ଯୁବ, ଛାତ୍ର ସଂଗଠନ ଓ ବିଜେଡିର ବରିଷ୍ଠ ନେତା ମାନେ ସାମିଲ ହୋଇଛନ୍ତି। ଏହି ଅବସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏପ୍ରିଲ ୧୭ ବିଜୁ ବାବୁଙ୍କ […]

author-image
Abinash Pati
ଆଜି ପଞ୍ଚାୟତରାଜ ଦିବସ; ସ୍କୁଲ୍‌, କଲେଜ ଛୁଟି

biju jayanti

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ। ଏହି ଅବସରରେ ବିଜେଡି ପକ୍ଷରୁ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କଟକ ସ୍ଥିତ ଆନନ୍ଦ ଭବନରୁ ଏକ ସାଇକେଲ ଶୋଭାଯାତ୍ରା ଭୁବନେଶ୍ୱର ବିମାନବନ୍ଦର ଯାଏ ବାହାରିଛି। ଏଥିରେ ଯୁବ, ଛାତ୍ର ସଂଗଠନ ଓ ବିଜେଡିର ବରିଷ୍ଠ ନେତା ମାନେ ସାମିଲ ହୋଇଛନ୍ତି।

Advertisment

ଏହି ଅବସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏପ୍ରିଲ ୧୭ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପର୍ଯ୍ୟନ୍ତ ସମସ୍ତ ର୍ନିବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି। ଅନ୍ୟପଟେ ରାଜ୍ୟ ସରକାର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ କରୁଛନ୍ତି।

ଆଜି ପଞ୍ଚାୟତିରାଜ ଦିବସ ପାଇଁ ସମସ୍ତ  ସ୍କୁଲ ଓ ଜୁନିୟର କଲେଜ ଛୁଟି ରହିବ। ସବୁ ସ୍କୁଲ ଓ ଜୁନିୟର କଲେଜ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଗଣଶିକ୍ଷା ବିଭାଗର ଯେଉଁଗୁଡ଼ିକ ବିଦ୍ୟାଳୟ ଓ ହାୟର ସେକଣ୍ଡାରୀ ସ୍କୁଲ୍‌ ରହିଛି ସେଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।

Advertisment

ସେପଟେ ଆଜି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ଛୁଟି ଘୋଷଣା କରାଯାଇଛି। ପଞ୍ଚାୟତିରାଜ ଦିବସ ପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ଉଚ୍ଚ ଶିକ୍ଷା ଅଧିନ ସମସ୍ତ ଡିଗ୍ରୀ କଲେଜ ଛୁଟି ରହିବ। ଆଜିର ଛୁଟି ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିଜୁ ବାବୁଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏନେଇ ଟ୍ୱିଟ୍ କରି ମୋଦି ବିଜୁ ବାବୁଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଜୁ ବାବୁଙ୍କ ଦୂରଦର୍ଶୀ ଚିନ୍ତାଧାର, ମାନବ ଜାତିର ସାମଗ୍ରିକ ବିକାଶ ଓ ସାମାଜିକ ନ୍ୟାୟ ପ୍ରତି କାର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଦେଇଛି ବୋଲି ମୋଦି କହିଛନ୍ତି। ଓଡ଼ିଶାର ବିକାଶ ପାଇଁ ତାଙ୍କର କାର୍ଯ୍ୟକୁ ନେଇ ଦେଶ ଆଜି ଗର୍ବିତ ବୋଲି ମୋଦି କହିଛନ୍ତି।

ସୂଚନା ଥାଉକି, ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ୫ ମାର୍ଚ୍ଚକୁ ପ୍ରତିବର୍ଷ  ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି। ୧୯୬୧ ମସିହା ଜାନୁଆରୀ ୨୬ ତାରିଖରୁ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ହୋଇଥିଲା।

ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ଯେପରି କାର୍ଯ୍ୟକ୍ଷମ ହେବ, ସେଥିପାଇଁ ବିଜୁ ପଟ୍ଟନାୟକ ପଞ୍ଚାୟତ ଶିଳ୍ପର ପ୍ରବର୍ତ୍ତନ କରିଥିଲେ। କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ରାଜ୍ୟରେ ସମୁଦାୟ ୩୧୪ଟି ପଞ୍ଚାୟତ ସମିତି ଗଠନ କରି ଜଣେ ଲେଖାଏଁ ବିଡିଓ ବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଯୁକ୍ତ କରାଯାଇଥିଲା। ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ମାଧ୍ୟମରେ ଗାଁର ବିକାଶ କରିବା ଥିଲା ବିଜୁ ପଟ୍ଟନାୟକଙ୍କର ମୂଖ୍ୟ ଲକ୍ଷ୍ୟ।

ତେବେ ୧୯୯୦ରୁ ୧୯୯୫ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବା ସହ ସେ ହିଁ ବାସ୍ତବ କ୍ଷେତ୍ରରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ କଲେ। ପଞ୍ଚାୟତିରାଜ ବ୍ୟବସ୍ଥା ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସାଙ୍ଗକୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରହିଲା। ବିଧାନସଭାରେ ଏସଂପର୍କିତ ବିଲ୍ ପାସ କରି ବିଜୁବାବୁ ଏ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଏପରିକି ସାରା ଦେଶରେ ଏନେଇ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ। ତେଣୁ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନକୁ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯାଉଛି।

Advertisment
Advertisment