Advertisment

ପୁଣି ଜଳିଲା ବିସ୍କୁଟ୍ ଟ୍ରକ

ଭଦ୍ରକ: ଭଦ୍ରକ ଜାତୀୟ ରାଜପଥରେ ପୁଣି ଜଳିଲା ବିସ୍କୁଟ୍ ଟ୍ରକ। ମୋଟେଲ୍ ଛକ ନିକଟରେ ଏକ ବିସ୍କୁଟ୍ ବୋଝେଇ କଣ୍ଟେନର ଜଳି ଯାଇଛି। ରାସ୍ତା କଡ଼ରେ କିଛି ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ଏହି ଟ୍ରକ୍‌ଟି ଥିଲା। ଗତ ୧୬ ତାରିଖରେ ଏଥିରେ ନିଆଁ ଲାଗିଥିଲା। ଯାହାକୁ ଅଗ୍ନିଶମ ବାହିନୀ କାବୁ କରିଥିଲେ। ତେବେ ଆଜି ପୁଣି ନିଆଁ ଲାଗିବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଟ୍ରକ୍ ମାଲିକଙ୍କ କହିବା କଥା, ଆଜି ଅଚାନକ୍ ଭାବେ […]

ପୁଣି ଜଳିଲା ବିସ୍କୁଟ୍ ଟ୍ରକ

biscuit truck catch fire

Advertisment

ଭଦ୍ରକ: ଭଦ୍ରକ ଜାତୀୟ ରାଜପଥରେ ପୁଣି ଜଳିଲା ବିସ୍କୁଟ୍ ଟ୍ରକ। ମୋଟେଲ୍ ଛକ ନିକଟରେ ଏକ ବିସ୍କୁଟ୍ ବୋଝେଇ କଣ୍ଟେନର ଜଳି ଯାଇଛି। ରାସ୍ତା କଡ଼ରେ କିଛି ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ଏହି ଟ୍ରକ୍‌ଟି ଥିଲା। ଗତ ୧୬ ତାରିଖରେ ଏଥିରେ ନିଆଁ ଲାଗିଥିଲା। ଯାହାକୁ ଅଗ୍ନିଶମ ବାହିନୀ କାବୁ କରିଥିଲେ। ତେବେ ଆଜି ପୁଣି ନିଆଁ ଲାଗିବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

Advertisment

ଟ୍ରକ୍ ମାଲିକଙ୍କ କହିବା କଥା, ଆଜି ଅଚାନକ୍ ଭାବେ ଏଥିରେ ନିଆ ଲାଗିଯାଇଥିଲା। ସର୍ଟ ସର୍କିଟ୍‌ରୁ ଏହି ଅଘଟଣ ହୋଇଛି। ଟ୍ରାନ୍ସପୋର୍ଟ କମ୍ପାନୀର କୌଣସି କର୍ମଚାରୀ ଆସିନଥିବାରୁ ସାମଗ୍ରୀକୁ ବାହାର କରାଯାଇନଥିଲା। ତେଣୁ ଟ୍ରକ୍‌କୁ ରାସ୍ତାକଡ଼ରେ ରଖିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି। ଗତ ମାସରେ ସମାନ ଭାବେ ଭଦ୍ରକ ଜାତୀୟ ରଜପଥରେ ଏକ ବିସ୍କୁଟ୍ ବୋଝେଇ ଟ୍ରକ ଜଳି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ