Advertisment

ଝାରସୁଗୁଡ଼ାରେ ସୁପର ସ୍ପ୍ରେଡର ! କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ବର୍ଥ ଡେ’ ପାର୍ଟି ସେଲିବ୍ରେସନ୍‌

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ସୁପର ସ୍ପ୍ରେଡର !  ଗୁରୁଗ୍ରାମରୁ ଆସିଥିବା ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସି ବ୍ରଜରାଜନଗରର ଓପିଏମ କଲୋନୀରେ ୧୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।  ମହିଳା ଜଣଙ୍କ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ କୋଭିଡ୍ ନିୟମ ନ ମାନି ପୁଅର ବର୍ଥ ଡେ’ ପାର୍ଟି ଆୟୋଜନ କରିବା ସହ ପଡୋଶୀ ମାନଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ। ସବୁଠାରୁ ବଡ଼ କଥା, ଜନ୍ମଦିନ ପାଳନ କରାଯାଇଥିବା ଅଞ୍ଚଳ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା ହୋଇଛି। ଏସବୁ ପରେ […]

author-image
Rajalaxmi Sahoo
ଝାରସୁଗୁଡ଼ାରେ ସୁପର ସ୍ପ୍ରେଡର ! କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ବର୍ଥ ଡେ’ ପାର୍ଟି ସେଲିବ୍ରେସନ୍‌

corona Super Spreader In Jharsuguda

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ସୁପର ସ୍ପ୍ରେଡର !  ଗୁରୁଗ୍ରାମରୁ ଆସିଥିବା ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସି ବ୍ରଜରାଜନଗରର ଓପିଏମ କଲୋନୀରେ ୧୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।  ମହିଳା ଜଣଙ୍କ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ କୋଭିଡ୍ ନିୟମ ନ ମାନି ପୁଅର ବର୍ଥ ଡେ’ ପାର୍ଟି ଆୟୋଜନ କରିବା ସହ ପଡୋଶୀ ମାନଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ।

Advertisment

ସବୁଠାରୁ ବଡ଼ କଥା, ଜନ୍ମଦିନ ପାଳନ କରାଯାଇଥିବା ଅଞ୍ଚଳ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା ହୋଇଛି। ଏସବୁ ପରେ ମଧ୍ୟ ସେହି ଅଞ୍ଚଳରେ ମହିଳା ଜଣକ ବର୍ଥ ଡେ’ ପାର୍ଟିର ଆୟୋଜନ କରିଥିଲେ। ଖାଲି ଏତିକି ନୁହେଁ, ସମ୍ପୃକ୍ତ ମହିଳା ଜଣକ ସେହି ଅଞ୍ଚଳର ଅନ୍ୟ ଜଣେ ପରିବାରରେ ଆୟୋଜନ ହୋଇଥିବା ବିବାହ ବାର୍ଷିକୀରେ ମଧ୍ୟ ଯୋଗ ଦେଇଥିଲେ। ଯାହାଦ୍ୱାରା ସଂକ୍ରମଣ ବ୍ୟାପିଥିବା କୁହାଯାଉଛି।

ସୂଚନାଥାଉ କି, ଉକ୍ତ ମହିଳା ଜଣକ କିଛି ଦିନ ତଳେ ସ୍ୱାମୀ ଓ ପୁଅଙ୍କ ସହ ଗୁରୁଗ୍ରାମରୁ ଫେରିଥିଲେ।  ଏହାପରେ ତାଙ୍କୁ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ମହିଳା ଜଣକ ନିୟମ ନ ମାନି ପାର୍ଟି ଆୟୋଜନ କରିବା ସହ ପାର୍ଟିରେ ଯୋଗ ମଧ୍ୟ ଦେଇଥିଲେ।

Advertisment

ପାର୍ଟି ଆୟୋଜନ କରିଥିବା ୨ ପରିବାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଅଧିକ ଓଡିଶା କରୋନା ଖବର ଜାଣିବା ପାଇଁ ଆମ ସହିତ ଯୋଡି ହୁଅନ୍ତୁ

ଆହୁରି ପଢ଼ନ୍ତୁ: କରୋନା ରେ କିପରି ନେବେ ଆଖିର ଯତ୍ନ

Super Spreader Coronavirus Odisha News Coronavirus Update Today Coronavirus Latest News Odisha Coronavirus Super Spreader Coronavirus Super Spreader In Jharsuguda Super Spreader In Jharsuguda କରୋନା ଭାଇରସ୍
Advertisment
Advertisment