Advertisment

ମା’ ବିରଜାଙ୍କ ରଥଯାତ୍ରା ନେଇ କ'ଣ କହିଲେ ହାଇକୋର୍ଟ ?

କଟକ: ମା’ ବିରଜାଙ୍କ ରଥଯାତ୍ରା ନେଇ ହାଇକୋର୍ଟରେ ଶୁଣାଣି ହୋଇଛି। ରଥଯାତ୍ରା ପାଇଁ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୋଭିଡ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେବାକୁ ଅଦାଲତ ପରାମର୍ଶ ଦେଇଛନ୍ତି। ସୂଚନାଥାଉକି, ବିରଜାରେ ରଥଯାତ୍ରା କରିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। ଏନେଇ ରାଜ୍ୟ ସରକାର ଅଦାଲତରେ ପ୍ରତି ଜବାବ ଦାଖଲ ପରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅନ୍ୟପଟେ ଓଡ଼ିଶାରେ ପ୍ରମୁଖ ମନ୍ଦିର ଖୋଲିବା ନେଇ […]

ମା’ ବିରଜାଙ୍କ ରଥଯାତ୍ରା ନେଇ କ'ଣ କହିଲେ ହାଇକୋର୍ଟ ?

biraja

Advertisment

କଟକ: ମା’ ବିରଜାଙ୍କ ରଥଯାତ୍ରା ନେଇ ହାଇକୋର୍ଟରେ ଶୁଣାଣି ହୋଇଛି। ରଥଯାତ୍ରା ପାଇଁ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୋଭିଡ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେବାକୁ ଅଦାଲତ ପରାମର୍ଶ ଦେଇଛନ୍ତି।

Advertisment

ସୂଚନାଥାଉକି, ବିରଜାରେ ରଥଯାତ୍ରା କରିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। ଏନେଇ ରାଜ୍ୟ ସରକାର ଅଦାଲତରେ ପ୍ରତି ଜବାବ ଦାଖଲ ପରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଅନ୍ୟପଟେ ଓଡ଼ିଶାରେ ପ୍ରମୁଖ ମନ୍ଦିର ଖୋଲିବା ନେଇ ସଙ୍କେତ ମିଳିଛି। କୋଭିଡ୍‌ କଟକଣା ଭିତରେ ମନ୍ଦିର ଖୋଲିବା ଲାଗି ଯୋଜନା ପ୍ରସ୍ତୁତ କରିବା ପାଇଁ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିର ପ୍ରଶାସକଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହାସହ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ୧୦ ଦିନରେ ରିପୋର୍ଟ ଦେବା ସହ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ