/odishatv-khabar/media/post_attachments/uploadimage/library/16_9/16_9_0/mask-2_1621352572.jpg)
mask
ଭୁବନେଶ୍ୱର: କଲବଲ କରିଚାଲିଥିବା କରୋନା ଭୂତାଣୁର ଭୟ ଭିତରେ ଏବେ ଚିନ୍ତା ବଢ଼ାଉଛି ମାସ୍କଠୁ ଆରମ୍ଭ କରି ଗ୍ଲୋବ୍ସ, ପିପିଇ କିଟ୍ ଆଦି ବ୍ୟବହୃତ କୋଭିଡ୍ ସାମଗ୍ରୀ। କାରଣ ବହୁଳ ଭାବେ ବ୍ୟବହାର ହେଉଥିବା ଏସବୁ ସାମଗ୍ରୀ ଏବେ ପଡ଼ିରହୁଛି ଏତେତେଣେ। ଗାଁଠୁ ସହର ଯାଏଁ ବିକ୍ଷିପ୍ତ ଭାବେ ଫୋପଡ଼ା ଯାଉଛି ଏସବୁ ସାମଗ୍ରୀ। ଆଉ ସଚେତନତାର ଅଭାବରୁ ସେସବୁକୁ ଗୋଟାଇ କିଏ ବ୍ୟବହାର କରୁଛନ୍ତି ତ ଆଉ କେଉଁଠି ଜନବସତି ଅଞ୍ଚଳରେ ପଡ଼ିରହିଛି। ସଂକ୍ରମଣ ବ୍ୟାପିବାର ଆଶଙ୍କା ବଢ଼ାଉଛି।
ମାସ୍କ ହେଉ କି ଗ୍ଲୋବ୍ସ। ପିପିଇ କିଟ୍ ହେଉ କି ଫେସ୍ ସିଲ୍ଡ। କରୋନା କାଳରେ ସାଜିଛି ସୁରକ୍ଷା କବଚ। ପିଲାଠୁ ବୟସ୍କଙ୍କ ଯାଏଁ ନିତ୍ୟ ବ୍ୟବହାଯର୍ୟ ତାଲିକାରେ ଯୋଡ଼ିହୋଇଯାଇଛି ଏସବୁ କୋଭିଡ୍ ସାମଗ୍ରୀ। କିନ୍ତୁ ଚିନ୍ତା ବଢ଼ାଇଛି ବ୍ୟବହାର ପରେ ଏସବୁ ସାମଗ୍ରୀର ପରିଚାଳନା। ଅଧିକାଂଶ ସ୍ଥାନରେ ବ୍ୟବହାର ପରେ ଏସବୁ ସାମଗ୍ରୀ ଫିଙ୍ଗିଦିଆଯାଉଛି। ଏଣେତେଣୋ ପଡ଼ିରହୁଛି ଜନବସତି ଅଞ୍ଚଳରେ।
ଜଣେ ମହିଳା ସ୍ବାସ୍ଥ୍ୟସେବା କିମ୍ବା କୌଣସି ଜରୁରୀକାଳୀନ ସେବାରେ ନିୟୋଜିତ ନାହାନ୍ତି କିନ୍ତୁ ପିପିଇ କିଟ୍ ପିନ୍ଧି ଏ ମୁଣ୍ଡରୁ ସେ ମୁଣ୍ଡ ବୁଲୁଛନ୍ତି। ତାଙ୍କୁ ଦେଖି କିଏ ବାଇକ୍ ଛାଡ଼ି ଦୂରକୁ ଚାଲି ଯାଉଛନ୍ତି ତ ଆଉ କିଏ ଲାଠି ଧରି ଗୋଡ଼ାଉଛନ୍ତି। ମାନସିକ ଭାବେ ବିକୃତ ଥିବା ଏହି ମହିଳା ଜଣକ ପୂର୍ବରୁ ବ୍ୟବହୃତ ପିପିଇ କିଟ୍ ପିନ୍ଧି ବୁଲୁଛନ୍ତି। ଗଜପତି ଜିଲ୍ଲା ଲୁହାଗୁଡି ଛକରେ ମହିଳାଙ୍କ ଏଭଳି ଆଚରଣ ପରେ ମେଡ଼ିକାଲ୍ ଟିମ୍ ଆସି ତାଙ୍କୁ ଉଦ୍ଧାର କରିଥିଲା।
ମୋହନା କଥା ଦୂରେ ଥାଉ, ଖୋଦ୍ ରାଜଧାନୀରେ ଏଣେତେଣେ ବିକ୍ଷିପ୍ତ ଭାବେ ପଡିରହୁଛି ବ୍ୟବହୃତ କୋଭିଡ୍ କିଟ୍। ଭୁବନେଶ୍ୱର ବିମାନବନ୍ଦର ବାହାରେ ହେଉ କିମ୍ବା ରେଳଷ୍ଟେସନ। ଏପରିକି ସତ୍ୟନଗର ମଶାଣି ଇଲାକାା ସବୁଠି ପଡ଼ିରହିଛି ପିପିଇ କିଟ୍, ମାସ୍କ, ଗ୍ଲୋଭ୍ସ। ଏସବୁ ସ୍ଥାନରେ କେଉଁଠି ଡଷ୍ଟବିନ୍ ଅଛି ତ ଆଉ କେଉଁଠି ନାହିଁ। ତାକୁ ନେଇ ଲୋକେ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି। କରୋନା କାଳରେ ବାୟୋ ମେଡ଼ିକାଲ୍ ୱ୍ବେଷ୍ଟ ପ୍ରାୟ ୧୫ରୁ ୨୦ ଗୁଣା ବଢ଼ିଯାଇଛି। ଏହାର ଉପଯୁକ୍ତ ପରିଚାଳନା ନହେଲେ ସଂକ୍ରମଣ ବଢ଼ାଇବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।
ବାୟୋ ମେଡ଼ିକାଲ୍ ୱ୍ବେଷ୍ଟର ସଠିକ୍ ପରିଚାଳନା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ନିୟମ ବି ରହିଛି। ଏସବୁ ବର୍ଜବସ୍ତୁକୁ ସ୍ଵତନ୍ତ୍ର ଢ଼ାଙ୍କୁଣି ଥିବା ଡଷ୍ଟବିନରେ ରଖାଯିବା କଥା। ସାଧାରଣ ଅଳିଆ ଭଳି ଏଗୁଡ଼ିକୁ ବାହାରେ କିମ୍ବା ଖୋଲା ଡଷ୍ଟବିନରେ ପକାଇବା ଅନୁଚିତ। ସେପଟେ ସହରର ବିଭିନ୍ନ ସ୍ଥାନରେ ଢାଙ୍କୁଣି ଯୁକ୍ତ ଡଷ୍ଟବିନ୍ ରଖିବାକୁ ରାଜ୍ୟର ସବୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ପରେ ସଂଗୃହୀତ ମେଡିକାଲ୍ ବର୍ଜବସ୍ତୁକୁ ପୋଡ଼ି ଦେବାର ନିୟମ ରହିଛି, ହେଲେ ତାକୁ କେତେଦୂର ପାଳନ କରାଯାଉଛି, ତାକୁ ନେଇ ଉଠଛି ପ୍ରଶ୍ନ।
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)