/odishatv-khabar/media/post_attachments/uploadimage/library/16_9/16_9_0/bike-1_1626694321.jpg)
bike
ଆନନ୍ଦପୁର: ଆନନ୍ଦପୁର ଥାନା ଗହଳମୁଣ୍ଡା କଲୋନୀ ସାହିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ସଙ୍ଗରାଇ ଜଙ୍କ, ବନମାଳୀ ଗାଗରାଇ ଓ ଅଜୟ ଦିଗାର।
Advertisment
ଖବର ଅନୁଯାୟୀ, ସିଙ୍ଗରାଜ ନିଜ ଅସୁସ୍ଥ ପୁଅକୁ ବାଇକରେ ବସାଇ ଡାକ୍ତରଖାନା ଯାଉଥିଲେ। ସେଠାରେ ପୁଅକୁ ଇଞ୍ଜେକସନ ଦେଇ ଫେରୁଥିବାବେଳେ ଗହଳମୁଣ୍ଡା କଲୋନୀ ନିକଟରେ ଅନ୍ୟ ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।
ଘଟଣାସ୍ଥଳରେ ସିଙ୍ଗରାଇ ଓ ଗହଳମୁଣ୍ଡା ଗାଁର ବନମାଳୀ ଗାଗରାଇଙ୍କ ମୃତ୍ୟୁ ହୋଇଥିବାବେଳେ ଅଜୟ ଦିଗାର ଗୁରୁତର ଆହାତ ହୋଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ସହାୟତାରେ ଅଜୟଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅଜୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ସିଙ୍ଗରାଇଙ୍କ ୮ବର୍ଷର ପୁଅ ସାମାନ୍ୟ ଆହାତ ହୋଇଥିବା ଜଣାପଡ଼ିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)