/odishatv-khabar/media/post_attachments/uploadimage/library/16_9/16_9_0/3pm-ti-2-1_1626250053.jpg)
Anjana Rape Case
ଭୁବନେଶ୍ୱର: ଜେଲରେ ଟିଆଇ ପରେଡରେ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଚିହ୍ନିଛନ୍ତି ଅଞ୍ଜନା ମିଶ୍ର। ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ TI ପରେଡରେ ଅଭିଯୁକ୍ତ ବିବନକୁ ଅଞ୍ଜନା ଚିହ୍ନିଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଛି ସୂଚନା ମିଳିଛି । ସେଦିନ ଗାଡ଼ି ଚଳାଇଥିବା ଡ୍ରାଇଭର ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନିଥିବା ଜଣାପଡ଼ିଛି । ଝାରପଡ଼ା ଜେଲ୍ ପରିସରରେ TI ପରେଡରେ ଉଭୟ ବିବନଙ୍କୁ ଚିହ୍ନିଥିବା ଜଣାଯାଇଛି।
୨୨ ବର୍ଷ ପରେ ବିବନ ବିଶ୍ୱାଳର ହୋଇଛି ଟିଆଇ ପରେଡ୍। ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ଝାରପଡ଼ା ଜେଲରେ ଟିଆଇ ପରେଡ୍ ହୋଇଥିଲା। ପୀଡ଼ିତା ଅଞ୍ଜନା ମିଶ୍ର ଆଜି ଜେଲକୁ ଯାଇ ଟିଆଇ ପରେଡ୍ ପ୍ରକ୍ରିୟାରେ ସାମିଲ ହୋଇଥିଲେ। JMFC ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ TI ପରେଡ୍ କରାଯାଇଛି । ଜେଲ୍ ଭିତରକୁ ଯିବା ପୂର୍ବରୁ ଅଭିଯୁକ୍ତ ବିବନକୁ ଚିହ୍ନିବାକୁ ଚେଷ୍ଟା କରିବେ ବୋଲି କହିଥିଲେ ଅଞ୍ଜନାା
ସେପଟେ ଆସନ୍ତାକାଲି ଓ ୫ ତାରିଖ ଦିନ ରିମାଣ୍ଡରେ ଯିବ ବିବନ୍। ସିବିଆଇ ବିବନକୁ ନେଇ ପଚରାଉଚରା କରିବ ବୋଲି ସୂଚନା ରହିଛି। ଅଞ୍ଜନା କେଉଁ ଷଡ଼ଯନ୍ତ୍ର ଦିଗକୁ ଇଙ୍ଗିତ କରିଛନ୍ତି ସେ ଦିଗ ବି ତଦନ୍ତ ପରିସରକୁ ଆସିପାରେ। ଏହାର ବିବନ ବିରୋଧରେ ଥିବା ତଥ୍ୟ ଓ ପ୍ରମାଣକୁ ଯୋଗାଡ଼ କରି ତଦନ୍ତକୁ ଆଗକୁ ବଢ଼ାଇବ।
#ବିବନକୁ_ଚିହ୍ନିଲେ_ଅଞ୍ଜନା !
ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: TI ପରେଡରେ ଅଭିଯୁକ୍ତ ବିବନକୁ ଅଞ୍ଜନା ଚିହ୍ନିଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଛି ସୂଚନା। ସେଦିନ ଗାଡ଼ି ଚଳାଇଥିବା ଡ୍ରାଇଭର ମଧ୍ୟ ଚିହ୍ନିଥିବା ସୂଚନା। ଝାରପଡ଼ା ଜେଲ୍ ପରିସରରେ TI ପରେଡରେ ଚିହ୍ନିଥିବା ସୂଚନା#Odisha#AnjanaMishrarapecasepic.twitter.com/4r7XDAY0E3— ଓଟିଭି (@otvkhabar) March 3, 2021
୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ।
ଏଠି ମନେପକାଇ ଦେବୁ, ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା। ବେଲଗାଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଅମାନୁଷିକ ଭାବେ ୩/୪ ଘଣ୍ଟା ଧରି ଗଣଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ।
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ କହିବା ଅନୁଯାୟୀ, ଗଣଦୁଷ୍କର୍ମ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ଥିଲା। ସେ ପୁଣେରେ ରହୁଥିବା ଜଣାପଡ଼ିଥିଲା। ପୁଣେର ଆମ୍ବି ଭ୍ୟାଲିରେ ବିବନ ନାମ ବଦଳାଇ ରହୁଥିଲା। ସେଠାରେ ସେ ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା। ପରିଚୟ ପତ୍ର, ଆଧାର କାର୍ଡ, ପାସ୍ବୁକ୍ ଜଳନ୍ଧର ନାଁରେ କରିଥିଲା।
ପୋଲିସ କମିଶନର କହିଛନ୍ତି, ‘୩ ମାସ ତଳେ ବିବନକୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲୁ। ଯାହା ସିବିଆଇ କରିପାରି ନଥିଲା, ତାହା ଆମେ ତାହା କରି ସଫଳ ହେଲୁ।’ ବିବନଙ୍କ ଗିରଫ ନେଇ ସିବିଆଇକୁ ଜଣାଇ ଦେଇଛୁ ବୋଲି କହିଛନ୍ତି ସିପି। ତେବେ ଏତେ ବର୍ଷ ପରେ ବିବନକୁ ଗିରଫ କରିବା ଓଡ଼ିଶା ପୋଲିସ ପାଇଁ ବଡ଼ ସଫଳତା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)