Advertisment

ଆସନ୍ତାକାଲି ଠାରୁ ଖୋଲିବ ୟୁନିଟ୍-୪ ମାର୍କେଟ୍

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଖୋଲିବ ଭୁବନେଶ୍ୱରର ୟୁନିଟ୍-୪ ମାର୍କେଟ୍। ଏଥିପାଇଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଆଜି ଅନୁମତି ପ୍ରଦାନ କରିଛି। ଲକଡାଉନ୍ ଏବଂ ସଟଡାଉନ୍ ଯୋଗୁ ୟୁନିଟ୍-୪ ମାର୍କେଟ୍ ଦୀର୍ଘଦିନ ଧରି ବନ୍ଦ ରହିଥିଲା। କିନ୍ତୁ ବିଏମସି ପରିସ୍ଥିତିକୁ ଆଖି ଆଗରେ ରଖି ମାର୍କେଟକୁ ଖୋଲିବାକୁ ଅନୁମତି ଦେଇଛନ୍ତି। ମାର୍କେଟ୍ ଖୋଲିବା ପାଇଁ ସମସ୍ତ ବ୍ୟବସାୟୀଙ୍କୁ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ଏ ନେଇ ମଧ୍ୟ ବ୍ୟବସାୟୀ ସଂଘ ଅଣ୍ଡରଟେକିଂ […]

author-image
Ranjeet Kumar Jena
ଆସନ୍ତାକାଲି ଠାରୁ ଖୋଲିବ ୟୁନିଟ୍-୪ ମାର୍କେଟ୍

bbsr

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଖୋଲିବ ଭୁବନେଶ୍ୱରର ୟୁନିଟ୍-୪ ମାର୍କେଟ୍। ଏଥିପାଇଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଆଜି ଅନୁମତି ପ୍ରଦାନ କରିଛି। ଲକଡାଉନ୍ ଏବଂ ସଟଡାଉନ୍ ଯୋଗୁ ୟୁନିଟ୍-୪ ମାର୍କେଟ୍ ଦୀର୍ଘଦିନ ଧରି ବନ୍ଦ ରହିଥିଲା। କିନ୍ତୁ ବିଏମସି ପରିସ୍ଥିତିକୁ ଆଖି ଆଗରେ ରଖି ମାର୍କେଟକୁ ଖୋଲିବାକୁ ଅନୁମତି ଦେଇଛନ୍ତି।

Advertisment

ମାର୍କେଟ୍ ଖୋଲିବା ପାଇଁ ସମସ୍ତ ବ୍ୟବସାୟୀଙ୍କୁ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ଏ ନେଇ ମଧ୍ୟ ବ୍ୟବସାୟୀ ସଂଘ ଅଣ୍ଡରଟେକିଂ ଦେଇଛନ୍ତି। ଗତ ୧୬ ତାରିଖରୁ ୟୁନିଟ୍-୪ ମାର୍କେଟ୍ ବନ୍ଦ ରହିଥିଲା।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ଆଜି ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୪୬ ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି।

Advertisment
Advertisment
Advertisment