Advertisment

ରାଜଭବନ ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତାରେ ଯା'ଆସ ମନା

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ କମିଶନରେଟ୍ ପୋଲିସ୍ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିସ୍ଫୋରଣ ପରେ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ରାଜଭବନ ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତାରେ ଯାଆସ ମନା ହୋଇଛି। ସ୍ଥିତାବସ୍ଥା ଫେରିବା ପର୍ଯ୍ୟନ୍ତ କଟକଣା ଜାରି କରିଛି କମିଶନରେଟ ପୋଲିସ। ଆଜି ଅପରାହ୍ନରେ ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଭୟଙ୍କର ବ୍ଲାଷ୍ଟ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଥିଲା ପେଟ୍ରୋଲ […]

ରାଜଭବନ ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତାରେ ଯା'ଆସ ମନା

PETROLL

Advertisment

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ କମିଶନରେଟ୍ ପୋଲିସ୍ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିସ୍ଫୋରଣ ପରେ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ରାଜଭବନ ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତାରେ ଯାଆସ ମନା ହୋଇଛି। ସ୍ଥିତାବସ୍ଥା ଫେରିବା ପର୍ଯ୍ୟନ୍ତ କଟକଣା ଜାରି କରିଛି କମିଶନରେଟ ପୋଲିସ।

Advertisment

ଆଜି ଅପରାହ୍ନରେ ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଭୟଙ୍କର ବ୍ଲାଷ୍ଟ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଥିଲା ପେଟ୍ରୋଲ ପମ୍ପ। ସ୍ଥାନୀୟ IOCL ପେଟ୍ରୋଲ୍ ପମ୍ପରେ ଘଟିଥିବା ଏହି ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ପୁରା ପେଟ୍ରୋଲ୍ ପମ୍ପ ଛାରଖାର ହୋଇଯିବା ସହିତ ପ୍ରାୟ ଅଧ କିଲୋମିଟର ପରିଧିରେ ଥିବା ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିଲା ଛିନ୍‌ଛତ୍ର ହୋଇଯାଇଥିଲା ଇଲାକା।

ଏପରିକି ରାଜଭବନର କିଛି ଝରକା ମଧ୍ୟ ଭାଙ୍ଗି ଯାଇଛି। ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ୨ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତେବେ କାହିଁକି ଏଭଳି ଘଟଣା ଘଟିଲା, ସେନେଇ ବିଭାଗୀୟ ସଚିବଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅପରପକ୍ଷେ ଫରେନ୍ସିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି।  ପେଟ୍ରୋଲ ପମ୍ପରେ ପେଟ୍ରୋଲ, ଡିଜେଲ, ଏଲ୍‌ପିଜି ଟାଙ୍କି ଥିବାବେଳେ ଏସ୍‌ପିଜିରେ ନିଆଁ ଲାଗିଥିଲା ବୋଲି ସିପି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ