/odishatv-khabar/media/post_attachments/uploadimage/library/16_9/16_9_0/bjp_1626696458.jpg)
bjp
ଭୁବନେଶ୍ୱର: ରାଜ୍ୟରେ ମାସ୍କ ଦୁର୍ନୀତି ପ୍ରସଙ୍ଗରେ ମୁହଁ ଖୋଲିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ରାଜ୍ୟ ସରକାର ଯାହା କରୁଛନ୍ତି ପାରଦର୍ଶିତା ସହ କରନ୍ତୁ।
Advertisment
କିଛି ଜିନିଷ କିଣିବା ବେଳେ ବିଡିଂରେ ସବୁଠୁ ଲୋୟେଷ୍ଟ ବିଡରକୁ ଟେଣ୍ଡର ଦିଆଯାଉ। ତା ଛଡ଼ା କ୍ୱାଲିଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉ। କୌଣସି ନିର୍ଦ୍ଦିଷ୍ଟ ରାଜ୍ୟକୁ ବିଡ଼ିଂ ଦିଆ ନ ଯାଉ ବୋଲି କହିଛନ୍ତି ଅପରାଜିତ।
କେନ୍ଦ୍ର ସରକାର ଭୋକାଲ ଫର୍ ଲୋକାଲକୁ ଗୁରୁତ୍ୱ ଦେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଉ ବୋଲି ଅପରାଜିତା ପରାମର୍ଶ ଦେଇଛନ୍ତି। ତା ଛଡ଼ା ରାଜ୍ୟର ଯୁବକମାନେ କିପରି ରାଜ୍ୟ ଭିତରେ ହିଁ ନିଯୁକ୍ତି ପାଇବେ ସେ ଉପରେ ଧ୍ୟାନ ଦିଆଯାଉ ବୋଲି ସେ ମତ ରଖିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)