air-pot
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ପାର୍କିଂ ପାଇଁ ନୂଆ ନିୟମ ଜାରି ହୋଇଛି। ଆଜିଠାରୁ ଏହି ପାର୍କିଂ ନିୟମ ଲାଗୁ ହୋଇଛି। ବିମାନ ବନ୍ଦରରେ ଯାତ୍ରୀଙ୍କୁ ଛାଡ଼ିବାକୁ ଯାଉଥିବା ଘରୋଇ ଗାଡ଼ି ଲାଗି କୌଣସି ଫି’ ନାହଁ। ସେହିପରି ଯାତ୍ରୀଙ୍କୁ ଛାଡ଼ିବାକୁ ଯାଇଥିବା ବ୍ୟବସାୟିକ ଗାଡ଼ି ଲାଗି ମଧ୍ୟ କୌଣସି ପାର୍କିଂ ଫି’ ନାହିଁ। କଣ୍ଟ୍ରାକଟ୍ କ୍ୟାରେଜ୍ ଲାଇସେନ୍ସ ଥିବା ସମସ୍ତ ବ୍ୟବସାୟିକ ବାହନ ଠାରୁ ଫି ଆଦାୟ କରିବାକୁ ନିୟମ ହୋଇଛି।
ବିମାନ ବନ୍ଦର ପାର୍କିଂ ଏରିଆରେ ଗାଡ଼ି ରଖିବାକୁ ଜାରି ହୋଇଛି ଦର। ସମସ୍ତ ଦୁଇ ଚକିଆ ଗାଡି ଲାଗି ୩୦ ମିନିଟ୍ ପର୍ଯ୍ୟନ୍ତ ୧୦ ଟଙ୍କା, ୨ ଘଣ୍ଟା ପାଇଁ ୧୫ ଟଙ୍କା, ୨ ଘଣ୍ଟାରୁ ୭ ଘଣ୍ଟା ପର୍ଯ୍ୟନ୍ତ ଅଧିକ ୨୦ ଟଙ୍କା ଏବଂ ୨୪ ଘଣ୍ଟା ପର୍ଯ୍ୟନ୍ତ ପାର୍କିଂ ଦର ୪୫ ଟଙ୍କା ରହିଛି।
ସେହିପରି କାର୍ ୩୦ ମିନିଟ୍ ପାର୍କିଂ ପାଇଁ ୨୦ ଟଙ୍କା, ୨ ଘଣ୍ଟା ପର୍ଯ୍ୟନ୍ତ ୫୫ ଟଙ୍କା ରହିଛି। ଟେମ୍ପୋ, ଏସ୍ୟୁଭି ଏବଂ ମିନିବସ୍ ୩୦ ମିନିଟ୍ ପାର୍କିଂ ପାଇଁ ୨୦ ଟଙ୍କା, ୨ ଘଣ୍ଟା ପର୍ଯ୍ୟନ୍ତ ୬୦ ଟଙ୍କା ଏବଂ ଦିନକୁ ୧୮୦ ଟଙ୍କା ରହିଛି। କୋଚ, ବସ୍ ଏବଂ ଟ୍ରକ ୩୦ ମିନିଟ ପାର୍କିଂ ପାଇଁ ୩୦ ଟଙ୍କା, ୨ ଘଣ୍ଟା ପାଇଁ ୭୦ ଟଙ୍କା ଏବଂ ୨୪ ଘଣ୍ଟା ପାଇଁ ୨୧୦ ଟଙ୍କା ରହିଛି। ସମସ୍ତ ସରକାରୀ ଏବଂ ସରକାରୀ ଅଧିକୃତ ଗାଡି ଗୁଡିକ ପାଇଁ ପାର୍କିଂ ଫି’ ମାଗଣା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/air-pot-890_1626760414.jpg)