Advertisment

ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଦାବି

ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣାରେ ଏସଆଇଟି ତଦନ୍ତକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବିଜେପି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ମନଗଢ଼ା କାହାଣୀ କହୁଛି ଏସଆଇଟି। ଆଗରୁ ଆମର ଏପରି ସନ୍ଦେହ ହୋଇଥିଲା, ଏବେ ତାହା ସତ ହୋଇଛି। ଅଙ୍ଗତସ୍କରିକୁ ଲୁଚାଇବା ପାଇଁ କାହାଣୀ କୁହାଯାଉଛି। DNA ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇନାହିଁ। ପଲିଗ୍ରାଫ ଟେଷ୍ଟ ମଧ୍ୟ ନିର୍ବିବାଦୀୟ ନୁହେଁ। ପରିବାର ଲୋକେ ବାବୁଲି ନାୟକର ନାଁ ନେଇଥିବା […]

ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଦାବି

bothra

Advertisment

ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣାରେ ଏସଆଇଟି ତଦନ୍ତକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବିଜେପି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ମନଗଢ଼ା କାହାଣୀ କହୁଛି ଏସଆଇଟି। ଆଗରୁ ଆମର ଏପରି ସନ୍ଦେହ ହୋଇଥିଲା, ଏବେ ତାହା ସତ ହୋଇଛି। ଅଙ୍ଗତସ୍କରିକୁ ଲୁଚାଇବା ପାଇଁ କାହାଣୀ କୁହାଯାଉଛି। DNA ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇନାହିଁ। ପଲିଗ୍ରାଫ ଟେଷ୍ଟ ମଧ୍ୟ ନିର୍ବିବାଦୀୟ ନୁହେଁ। ପରିବାର ଲୋକେ ବାବୁଲି ନାୟକର ନାଁ ନେଇଥିବା ବେଳେ କାହିଁକି ତାର ପଲିଗ୍ରାଫ ଟେଷ୍ଟ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ।

Advertisment

ଯଦି ମୃତଦେହରେ କେମିକାଲ ଲଗାଯାଇନଥିଲା, ତେବେ ୯ ଦିନ ଧରି କେମିତି ସେଥିରୁ ଗନ୍ଧ ବାହାରୁନଥିଲା, ତାହା ବଡ଼ ପ୍ରଶ୍ନ। କେଉଁଠୁ କେମିକାଲ ଆସିଲା, କିଏ କେମିକାଲ ଦେଇଥିଲା। ଏପରି ପ୍ରଶ୍ନ ସ୍ୱାଭାବିକ ଭାବେ ଓଡ଼ିଶାବାସୀଙ୍କ ମନରେ ଆସୁଛି। ଏହି ସବୁ ପ୍ରଶ୍ନ ଉପରୁ ପରଦା ଉଠାଇବା ପାଇଁ ସିବିଆଇ ତଦନ୍ତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ପ୍ରଦୀପ୍ତ ନାୟକ।

ସେପଟେ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ମିସକେସ୍ ଦାୟର ହୋଇଛି। ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମିସକେସ୍ ଦାୟର ହୋଇଛି। ଏହି ମାମଲାର ସିବିଆଇ ତଦନ୍ତ ପାଇଁ ପରିଷଦ ଦାବି ଦୋହରାଇଛି। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି କରାଯାଇଛି। ଡାକ୍ତରୀ ମାଇନା କରିଥିବା ୨ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ଦାବି କରିଛି ପରିଷଦ। ପ୍ରଥମେ ଓ ଏବେ ଡାକ୍ତରୀ ମାଇନା କରିଥିବା ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ଦାବି କରିଛି ଭାରତୀୟ ବିକାଶ ପରିଷଦ।

Advertisment

https://twitter.com/otvkhabar/status/1341671127731425281?s=20

ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସତ୍ୟ ଉନ୍ମୋଚନ ହେଉ, ପୀଡ଼ିତା ନ୍ୟାୟ ପାଉ। ଭଗବାନ ଓ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି, ପୀଡ଼ିତା ଅତିଶୀଘ୍ର ନ୍ୟାୟ ପାଉ। ତେବେ ନାବାଳିକା ଘଟଣାରେ ଦୋଷୀକୁ ଧରିବାକୁ ରାଜ୍ୟ ସରକାର ଏସଆଇଟିକୁ ଦାୟିତ୍ୱ ଦେଇଥିଲେ। ଏସଆଇଟି ଏହି ଘଟଣାରେ ସରୋଜ ସେଠୀକୁ ଗିରଫ କରିଛି। କେବଳ ଏତିକି ନୁହେଁ ବରଂ ସରୋଜ ସେଠୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଏସଆଇଟି କହିଛି।

ନାବାଳିକା ଦୁଷ୍କର୍ମ ଘଟଣାରେ ବିଭିନ୍ନ ପ୍ରକାର ତଥ୍ୟ ମିଳିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଘଟଣାରୁ ପରଦା ଉଠୁଥିବା ବେଳେ ଏସଆଇଟି କହୁଥିବା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଅଭିଯୁକ୍ତ ହିଁ ମାନୁନାହାନ୍ତି ପୀଡିତାଙ୍କ ପରିବାର। ତେବେ ଏହାରି ମଧ୍ୟରେ ଘନ ଘନ ଯଦୁପୁର ଗସ୍ତ କରୁଛନ୍ତି ଏସଆଇଟଇ ମୁଖ୍ୟ। ଏପଟେ ନୟାଗଡ଼ ଚର୍ଚ୍ଚିତ ନାବାଳିକା ହତ୍ୟା ଘଟଣାରେ ପ୍ରତି ଘଣ୍ଟାରେ କିଛି ନା କିଛି ଅପଡେଟ୍ ଆସୁଛି। ଗତକାଲି ପୋଖରୀରୁ ନାବାଳିକାର ଲେଗିଙ୍ଗ୍‌ସ ବାହାରିବା ପରେ ଯଦୁପୁରରେ ପହଞ୍ଚିଥିଲେ SIT ମୁଖ୍ୟ। ସେଠାରେ ପହଞ୍ଚିବା ପରେ ଓଡ୍ରାଫ୍ ଟିମ୍ ସହ ଆଲୋଚନା ମଧ୍ୟ କରିଥିଲେ ବୋଥ୍ରା।

Advertisment
Justice For Pari Pari Murder Case Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ