Advertisment

Police Restrict Certain Social Media Posts: ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟିଂ ଉପରେ କଟକଣା

ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟିଂ ଉପରେ କଟକଣା। ଆପତ୍ତିଜନକ ପୋଷ୍ଟ କରିବାରୁ ବିରତ ରହିବାକୁ ପରାମର୍ଶ। ଏଭଳି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ। ଆଗକୁ ବିଭିନ୍ନ ପର୍ବପର୍ବାଣୀ ଥିବାରୁ ଏବେଠୁ ସତର୍କ ଭଦ୍ରକ ପୋଲିସ।

author-image
Pramod Behera
Police Restrict Certain Social Media Posts

ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟିଂ ଉପରେ କଟକଣା Photograph: (OTV)

ଭଦ୍ରକ ଜିଲ୍ଲାରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂକୁ ନେଇ କଟକଣା ଲଗାଇଲା ପୋଲିସ। ସାମାଜିକ ଗଣମାଧ୍ୟରେ କିଛି ପୋଷ୍ଟ କରିବାରୁ ବିରତ ରହିବାକୁ କୁହାଯାଇଛି। ସାମ୍ପ୍ରଦାୟିକ ସଦଭାବନା, ସାମାଜିକ ସମନ୍ବୟକୁ କ୍ଷତି ପହଞ୍ଚାଉଥିବା କୌଣସି ବାର୍ତ୍ତାକୁ ସୋସିଆଲ ମିଡିଆରେ ପୋଷ୍ଟ ନକରିବାକୁ କୁହାଯାଇଛି। ଏଭଳି କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ। 

Advertisment

ଆଗକୁ ଭଦ୍ରକରେ ରାମନବମୀ, ଜାଗରଯାତ୍ରା, ହୋଲି ଓ ଇଦୁଲ ଫିତରକୁ ପର୍ବ ଥିବାରୁ ଏବେ ଠାରୁ ସତର୍କତା ଅବଲମ୍ବନ କରୁଛି ପୋଲିସ। ଏଥିପାଇଁ ସ୍ବତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି। ୨୪ ଘଣ୍ଟା ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଉପରେ ନଜର ରଖାଯାଇଛି। ଅପ୍ରୀତିକର ପରିସ୍ଥିତିକୁ କିପରି ଏଡାଯାଇ ପାରିବ ସେନେଇ ସଚେତନ ରହୁଛି ଭଦ୍ରକ ପୋଲିସ।

  • ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟିଂ ଉପରେ କଟକଣା
  • ଆପତ୍ତିଜନକ ପୋଷ୍ଟ କରିବାରୁ ବିରତ ରହିବାକୁ ପରାମର୍ଶ
  • ଏଭଳି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ
  • ଆଗକୁ ବିଭିନ୍ନ ପର୍ବପର୍ବାଣୀ ଥିବାରୁ ଏବେଠୁ ସତର୍କ ଭଦ୍ରକ ପୋଲିସ
Advertisment
Social Media Odisha News Bhadrak
Advertisment
Advertisment